ନୂଆପଡ଼ାର ଜଙ୍ଗଲରେ ନିଆଁ

0

ସାରା ବିଶ୍ୱରେ କରୋନା ସଂକଟ ଚାଲିଥିବା ବେଳେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରଧାନମନ୍ତ୍ରୀ ମଧ୍ୟ ଲକ୍ ଡାଉନ୍ କରି ସ୍ଥିତି କୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି l ଏହାରି ଭିତରେ ଆସିଛି ଏକ ଦୁଃଖଦପୂର୍ଣ୍ଣ ଘଟଣା l ଗତକାଲି ରାତି ରୁ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିବାରୁ ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ଅନ୍ତର୍ଗତ ସୁନାବେଡ଼ା ଅଭାୟରଣ୍ୟ ରେ ଏବେ ବିପଦ ଦେଖାଦେଇଛି l

ମିଳିଥିବା ସୂଚନା ଅନୁସାରେ ନୂଆପଡ଼ା ବ୍ଲକ୍ ଅନ୍ତର୍ଗତ ସନୁଆ କରମିଲି ଜଙ୍ଗଲରେ ନିଆଁ ଲାଗିଥିଲା
ସେହି ନିଆଁ ବର୍ତ୍ତମାନ୍ ସୁନାବେଡା ଅଭ୍ୟାରଣ୍ୟ ରେ ପହଁଞ୍ଚିଛି l ସବୁଠାରୁ ଆଲୋଚ୍ୟ ର ବିଷୟ ଏହିକି ଯେ ସେହି ଜଙ୍ଗଲରେ ବହୁ ବନ୍ୟ ଜୀବଜନ୍ତୁ ଅଛନ୍ତି l ଯାହା ବର୍ତ୍ତମାନ୍ ସେମାନଙ୍କ ଜୀବନକୁ କ୍ଷତି ପହଞ୍ଚିପାରେ l ଇତି ମଧ୍ୟରେ ବହୁତ ସମୟ ବିତିଯାଇଥିଲେ ମଧ୍ୟ ପ୍ରତିକାର ପାଇଁ ଅଗ୍ନିଶମ ବାହିନୀ କି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ l

Leave A Reply

Your email address will not be published.