ଓଡିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ଏପ୍ରିଲ୍ ୨୯ ରୁ ମେ ୭ ତାରିଖ ଯାଏଁ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଓ ଏପ୍ରିଲ୍ ୨୮ ରୁ ମେ ୩୧ ତାରିଖ ଯାଏଁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ର ସୁପରିଚାଳନା ନେଇ ଆଜି ମୁଖ୍ଯ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଉପସ୍ତିତ ଥିଲେ ମୁଖ୍ଯ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ମାଧ୍ୟମିକ ବୋର୍ଡ ର ଅଧ୍ଯକ୍ଷ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ର ଅଧ୍ଯକ୍ଷ, ଟ୍ବିନ୍ ସିଟି ପୋଲିସ କମିଶନର, ତଥା ବିଭାଗୀୟ ବରିଷ୍ଠ ଅଧୀକାରୀ। ପ୍ରଶ୍ନପତ୍ର ରଖାଯିବା ପାଇଁ ହୋଇଥିବା ହବ୍ ମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯିବ।, ୨୪ ଘଣ୍ଟା ସିସିଟିଭି ସର୍ଭେଇଲାନ୍ସ ରେ ପ୍ରଶ୍ନପତ୍ର ଯେଭଳି ରହିବ, ଏଗା ସହ କପି ରୋକିବା ତଥା ଗୁଜବ ସ୍ରୁଷ୍ଟି କରୁଥିବା ଲୋକମାନଙ୍କ ଉପରେ ଦ୍ରୁଢ କାର୍ୟ୍ଯାନୁଷ୍ଠାନ ଯେପରି ନିଆଯିବ ତା ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେଲା।