ଏସ୍ ଏସ୍ ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଏସ୍ ଏସ୍ ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ | ରାଇରଙ୍ଗପୁର ସହରସ୍ତ ମହୁଲଡିହାଁସ୍ଥିତ ଏସ୍ ଏସ୍ ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନଙ୍କ ସଭାପତିତ୍ବରେ ଶିଶୁ ଦିବସ ପାଳିତ ହୋଇଯାଇଛି | ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀମାନଙ୍କୁ ପଣ୍ଡିତ ଜବହରଲାଲ ନେହେରୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପଦେଶ ଦେଇଥିଲେ | ଶିକ୍ଷକ ଗୁରୁପ୍ରସାଦ ମହାକୁଡ ଆଜିର ନାରୀ ଆଗାମୀ କାଲିର ଭବିଷ୍ୟତ |

ତେଣୁ ନାରୀ ଆଜି ସୁଶିକ୍ଷିତ ହୋଇ ଦେଶଜାତିର ନାଁ ଅର୍ଜନ କରନ୍ତୁ ବୋଲି ମନ୍ତବ୍ୟ ଦେଇଥିଲେ | ଶିକ୍ଷୟତ୍ରୀ ସାଗରିକା ମହାପାତ୍ର କେବଳ ପୁସ୍ତକଗତ ଜ୍ଞାନ ଛଡା ବାହ୍ୟ ଜ୍ଞାନରେ ମନୋନିବେଶ କରନ୍ତୁ ବୋଲି ଛାତ୍ରୀମାନଙ୍କୁ ବୁଝାଇଥିଲେ | ଅର୍ଥାତ୍ ପୋଥିଗତ ଜ୍ଞାନ ବ୍ୟତୀତ ସାଧାରଣ ଜ୍ଞାନ, ପରିବେଶ, ଖବରକାଗଜ, ଦୂରଦର୍ଶନ ରେ ଜ୍ଞାନ ଭରିରହିଛି | ଏଣୁ ଛାତ୍ରୀମାନେ ସେମାନଙ୍କ ଜ୍ଞାନକୁ ସୀମିତରେ ନ ରଖି ବିକଶିତ କରନ୍ତୁ | ତଥା ଅନ୍ୟ ଶିକ୍ଷକଶିକ୍ଷିକାଗଣ ପଣ୍ଡିତ ଜବହରଲାଲ ନେହେରୁଙ୍କ ଉପରେ ଦିଗଦର୍ଶନ ଦେଇଥିଲେ | ଉକ୍ତ ଦିବସରେ ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ନୃତ୍ୟ ଓ ସଂଗୀତ ଅନୁଷ୍ଠିତ ହୋଇଥିଲା | ଏହାପରେ ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକଗଣ ତରଫରୁ ଛାତ୍ରୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା |

ଏହି ଅବସରରେ ବିଦ୍ୟାଳୟ ଇକୋ କ୍ଲବ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା | ଏହି ମହନୀୟ ସଭାକୁ ଦଶମ ଶ୍ରେଣୀ ଛାତ୍ରୀ ବୁର୍ଗୀ ଟୁଡୁ ପରିଚାଳନା କରିଥିବା ବେଳେ ନବମ ଶ୍ରେଣୀ ଛାତ୍ରୀ ରାଜଲକ୍ଷ୍ମୀ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସଭାରେ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ | ସେମାନଙ୍କ ମଧ୍ୟରେ ସରସ୍ବତୀ ମହଲା, ରାଜକିଶୋର ସୋରେନ, ରଶ୍ମିବତୀ ମୁର୍ମୁ, ଲଳିତ କୁମାର ବାରିକ, ପ୍ରବାସିନୀ ସେଠୀ, ଶାଶ୍ବତୀ ମହାନ୍ତି, ପୁଷ୍ପିତା ରାଉତ, ହରପ୍ରସାଦ ମହାନ୍ତ, ହେମଲତା ମହାନ୍ତ ଓ ଶାଙ୍ଖୀମଣି ହେମ୍ବ୍ରମ ପ୍ରମୁଖ ଅଟନ୍ତି |

Leave A Reply

Your email address will not be published.