ଏ ବି ଭି ପି ର ନଗର ସମ୍ମିଳନୀ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏ ବି ଭି ପି ର ନଗର ସମ୍ମିଳନୀ ଅନୁଷ୍ଠିତ।  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାସୁଦେବପୁର ଶାଖା ର ନଗର ସମ୍ମିଳନୀ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଆୟୋଜିତ ହୋଇ ଯାଇଛି।

ଏହି ନଗର ସମ୍ମିଳନୀ ରେ ବାଲେଶ୍ଵର ବିଭାଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା ଓ ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ ଉପସ୍ଥିତ ଥିଲେ। ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ ଓ ଆଦର୍ଶଓ ବିଭିନ୍ନ ପ୍ରକାରର କାର୍ଯ୍ୟ କର୍ମ ଉପରେ ରାଜ୍ୟ ସହ ସମ୍ପାଦକ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସର ରେ ପୁରାତନ ନଗର ଟିମ୍ କୁ ଭଙ୍ଗ କରାଯାଇ ନୂତନ ଟିମ୍ କୁ ନିର୍ବାଚନ ଅଧିକାରୀ ଭଦ୍ରକ ଜିଲ୍ଲା ପ୍ରମୁଖ ସ୍ବାଧିନ ସୁନ୍ଦର ଦାସ ଘୋଷଣା କରିଥିଲେ।

ନୂତନ ସଭାପତି ଭାବ ରେ ପୂର୍ବରୁ ଥିବା ସଭାପତି ପୁଣି ଆଉ ଥରେ ୨୦୨୪/୨୫ ପାଇଁ ପୁରୁଷୋତ୍ତମ ବେହେରା ଓ ନଗର ସମ୍ପାଦକ ଭାବରେ ସର୍ବେଶ୍ଵର ବାରିକ୍, ଉପ ସଭାପତି ମନୋଜ ମଲ୍ଲିକ, ଅଧ୍ୟାପକ ପ୍ରଦୀପ ନାୟକ, ଶିକ୍ଷକ ଚିରଞ୍ଜିବି ଭୋଇ, ମୃତ୍ୟୁଞ୍ଜୟ ବିଶ୍ଵାଳ, ସହ ସମ୍ପାଦକ ଭାବରେ ମାଧୁରୀ ରାଉତ, ରଶ୍ମି ରଂଜନ ମହାନ୍ତି, ଛାତ୍ରୀ ପ୍ରମୁଖ ଭାବ ରେ ପୂଜାରାଣି ମଲ୍ଲିକ, ପାଠ୍ୟ ଚକ୍ର ପ୍ରମୁଖ ପ୍ରକାଶ ମଲ୍ଲିକ, କ୍ରୀଡା ପ୍ରମୁଖ ପ୍ରଶାନ୍ତ ଦାସ, ଏନ ଏସ ଏସ ପ୍ରମୁଖ ଶୁରଥି ମଲ୍ଲିକ, କଳା ମଞ୍ଚ ପ୍ରମୁଖ ସୁଭଦ୍ରା ରାଉତ ପ୍ରମୁଖ ଙ୍କ ନାମ ଘୋଷଣା କରାଯାଇଛି। ଏହି ଅବସର ରେ ବିଭିନ୍ନ ମହାବିଦ୍ୟାଳୟ ରୁ ବହୁ ବିଦ୍ୟାର୍ଥୀ ଓ ପୁରାତନ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.