ପୁରୁଣାପାଣି ପଞ୍ଚାୟତ ପଛପଟେ ଗ୍ରାମସଭା ନାଁରେ ଧସ୍ତାଧସ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁରୁଣାପାଣି ପଞ୍ଚାୟତ ପଛପଟେ ଗ୍ରାମସଭା ନାଁରେ ଧସ୍ତାଧସ୍ତି | ଆନନ୍ଦପୁର ଠାରେ ରୁଙ୍ଗଟା କମ୍ପାନୀର କାରଖାନା ହେବା ନେଇ ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତ ର ପଛପଟେ ଥିବା ପଡିଆରେ ସରକାରଙ୍କ ତରଫରୁ ଗ୍ରାମସଭା ଡକାଯାଇଥିଲା | ଏଥିରେ ଆନନ୍ଦପୁର, କଣ୍ଟାବଣି, ଦୁବୁଲାବେଡା, ଦାଣ୍ଡବୋଷ, ପୁରୁଣାପାଣି ତଥା ବିଭିନ୍ନ ଗାଁର ଅଧିବାସୀମାନେ ଯୋଗ ଦେଇଥିଲେ | ଏହି ସଭାରେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ବିଡିଓ, ତହସିଲଦାର, ସରପଞ୍ଚ ଉପଖଣ୍ଡ ଥାନାଅଧିକାରୀ ଓ ରାଇରଙ୍ଗପୁର ଟାଉନଥାନାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ |

ଏହି ସଭା ଆରମ୍ଭ ହେବାକ୍ଷଣି ଏଠାରେ ଉପସ୍ଥିତ କେତେକ ରୁଙ୍ଗଟା କମ୍ପାନୀ ବିରୋଧୀ ଅସାମାଜିକ ଲୋକେ ବିଶୃଙ୍ଖଳା ସୃଷ୍ଟି କରିଥିଲେ | ସେମାନେ ହେଲେ ମାନୁ କିସ୍କୁ ପିତା ସିନ୍ଧ କିସ୍କୁ (ଦାଣ୍ଡବୋଷ), କାହ୍ନୁ ହାଁସଦାଃ ପିତା ପିଥି ହାଁସଦାଃ( ଆନନ୍ଦପୁର), ରୁପାଇ ମୁର୍ମୁ ପିତା ଭାପମାତ ମୁର୍ମୁ, ଆରସୁ ମୁର୍ମୁ ପିତା ମାଧୁ ମୁର୍ମୁ (ଆନନ୍ଦପୁର), ସୁନୀତା ହାଁସଦାଃ ସ୍ବାମୀ ସୁଶୀଲ ହାଁସଦାଃ, ପାର କିସ୍କୁ ସ୍ବାମୀ ଶଙ୍କର କିସ୍କୁ (ଆନନ୍ଦପୁର), ମାଡ ମୁର୍ମୁ ସ୍ବାମୀ ମାତ୍ର ମୁର୍ମୁ (ଆନନ୍ଦପୁର), ଆରଶୁ ମୁର୍ମୁ ସ୍ବାମୀ ସିଦ୍ଧିଲାଲ ମୁର୍ମୁ (ଆନନ୍ଦପୁର), ମାନୁ କିସ୍କୁ ପିତା ସିଧ କିସ୍କୁ (ଦାଣ୍ଡବୋଷ) ଏବଂ ଅନ୍ୟମାନେ | ଏମାନେ ସଭାରେ ଉଦ୍ଦେଶ୍ୟମୂଳକ ଭାବେ ଆସି ହଠାତ୍ ପାଟିତୁଣ୍ଡ କରିବା ସହିତ ଉପସ୍ଥିତ ଥିବା ପଞ୍ଚାୟତ ଲୋକମାନଙ୍କୁ ଟେକା ପଥର ଫିଙ୍ଗିଥିଲେ | ଏହି ସମୟରେ ଆନନ୍ଦପୁର ଗାଁର ସାଲଗି ହେମ୍ବ୍ରମ, ରାଓଦେ ହେମ୍ବ୍ରମ, ରିୟାସ ବାସ୍କେ, କିଶନ ହେମ୍ବ୍ରମ ଏବଂ କଣ୍ଟାବଣି ଗାଁର ରାମେଶ୍ବର ମହାନ୍ତଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରାଯାଇଥିଲା |

ଏହାଫଳରେ ଲୋକେ ଉତ୍ୟକ୍ତ ହୋଇଥିଲେ | ପୋଲିସ ପ୍ରଶାସନ ଘଟଣାସ୍ଥଳରେ ଲୋକମାନଙ୍କୁ ଅକ୍ତିଆର କରିଥିଲେ | ପରେ ସରକାରଙ୍କ ତରଫରୁ ଗ୍ରାମସଭାକୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି | ଫଳସ୍ବରୂପ , କିଛିଲୋକେ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ସେମାନେ ପୁଣି ଜୋର ଦେଇ କହିଥିଲେ ଆନନ୍ଦପୁରରେ ରୁଙ୍ଗଟା କମ୍ପାନୀ ଦ୍ବାରା କାରଖାନା ହେଉ | ଯାହାଫଳରେ ଆମଗାଁର ପୁଅଝିଅମାନେ ରୋଜଗାର ପାଇବେ | ସେମାନଙ୍କୁ ଦାଦନ ଶ୍ରମିକ ଭାବେ ବାହାରକୁ ଯିବାକୁ ପଡିବ ନାହିଁ |

Leave A Reply

Your email address will not be published.