ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଚଣ୍ଡିଖୋଲରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ୧୯ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ।

ଏଥି ସହ ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରୀୟ ସୁରକ୍ଷା ଟିମ୍‌, ଯାଜପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଗ୍ରହଣ କରାଯାଇଛି । ଆଜି ଦିନ 2ଟା 40 ମିନିଟ ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିବେ ପ୍ରଧାନମନ୍ତ୍ରୀ । ସେଠାରୁ ହେଲିକେପ୍ଟର ଯୋଗେ ସିଧା ଚଣ୍ଡିଖୋଲ ଯାତ୍ରା କରିବେ । ଅପରାହ୍ନ 3ଟା 30 ମନିଟରେ ସେଠାରେ ପହଞ୍ଚିବା ପରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ବିଜେପି ପକ୍ଷରୁ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ କର୍ମୀଙ୍କ ମନୋବଳ ବଢାଇବେ ।

ପାରାଦ୍ବୀପ ବିଶୋଧନାଗାରରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସହାୟକ ହେବ । ପାରାଦ୍ବୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ 344 କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନକୁ ଉଦଘାଟନ କରିବେ । ଭାରତର ପୂର୍ବତଟରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପାରାଦ୍ବୀପରେ 0.6 MMTPA LPG ଆମଦାନୀ ସୁବିଧାକୁ ମଧ୍ୟ ଉଦଘାଟନ କରିବେ ।

Leave A Reply

Your email address will not be published.