ରାଜ୍ୟ ସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜେ. ପି. ନଡ୍ଡା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୪ ମାର୍ଚ୍ଚରେ ରାଜ୍ୟ ସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ତେବେ ନଡ୍ଡା ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଇସ୍ତଫା ସମ୍ପର୍କରେ ନଡ୍ଡାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନି । ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ଦଳ ନଡ୍ଡାଙ୍କ ନାମ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।ରାଜ୍ୟସଭା ସଂସଦୀୟ କୁହାଯାଇଛି ଯେ, ହିମାଚଳ ପ୍ରଦେଶର ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସଦସ୍ୟ ଜଗତ ପ୍ରକାଶ ନଡ୍ଡା ରାଜ୍ୟସଭାର ନିଜ ସିଟରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ମାର୍ଚ୍ଚ ୪ ତାରିଖରେ ରାଜ୍ୟସଭା ସଭାପତି ଗ୍ରହଣ କରିନେଇଛନ୍ତି ।

କିଛି ଦିନ ତଳେ ୫୭ଟି ରାଜ୍ୟସଭା ସିଟରେ ନିର୍ବାଚନ ହେଇଥିଲା । ସେତେବେଳେ ଗୁଜରାଟରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାର୍ଚିତ ହେଇଥିଲେ ଜେପି ନଡ୍ଡା । ତାଙ୍କ ସହିତ ଜନବନ୍ତସିଂହ ପରମାର, ମୟଙ୍କ ନାୟକ ଓ ଗୋବିନ୍ଦଭାଇ ଢୋଲକିଆ ଗୁଜରାଟରୁ ରାଜ୍ୟସଭା ନିର୍ବାଚିତ ହେଇଥିଲେ । ଆଉ ଗୁଜରାଟରୁ ନିର୍ବାଚିତ ହେବା ପରେ ଏବେ ହିମାଚଳ ପ୍ରଦେଶର ରାଜ୍ୟସଭା ସିଟରୁ ଇସ୍ତଫା ଦେଇଛନ୍ତି ନଡ୍ଡା ।

Leave A Reply

Your email address will not be published.