ଆଜି ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ 108 ତମ ଜନ୍ମଦିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ 108 ତମ ଜନ୍ମଦିନ ।  ଓଡିଶା ରଜନୀତିର ପୁରୋଧା ବିଜୁ ପଟ୍ଟନାୟକ । ସେ ଥିଲେ ଓଡ଼ିଆ ମାଟିର ଗୌରବ, ନୂଆ ଓଡିଶାର ନିର୍ମାତା, ରାଜନୀତିର ମାହଦ୍ରୁମ, ଦକ୍ଷ ପାଇଲଟ ଓ ଶିଳ୍ପପତି । ରାଜନୀତି ଯୁଦ୍ଧରେ ସେ ଥିଲେ ଜଣେ ସଫଳ ଯୋଦ୍ଧା ।

ବିଜୟାନନ୍ଦ ପଟ୍ଟନାୟ ବା ବିଜୁ ବାବୁ, ଓଡିଶା ପ୍ରତି ତାଙ୍କ ମହାନ ଅବଦାନ ପାଇଁ ତାଙ୍କୁ ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର ଆଖ୍ୟା ଦିଆଯାଇଛି । ତାଙ୍କ ଦୁଃସାହାସିକ ପଦକ୍ଷେପ ଓଡିଶାକୁ ନୂଆ ପରିଚୟ ଦେଇଛି । ଅଦମ୍ୟ ସାହାସିକତା ଯୋଗୁଁ ସେ ରାଜ୍ୟ, ଦେଶ ତଥା ଦେଶ ବାହାରେ ବେଶ ପରିଚିତ । ବିଜୁ ବାବୁ ଆଜି ନାହାନ୍ତି ସତ, କିନ୍ତୁ ସେ କରିଥିବା ପ୍ରତିଟି କୀର୍ତ୍ତିମାନ ଆଜିବି ମନେ ରଖିଛନ୍ତି ପ୍ରତିଟି ଓଡିଆ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ । କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ। ଜଣେ ନିର୍ଭିକ ପାଇଲଟ ଭାବେ ମଧ୍ୟ ଥିଲା ତାଙ୍କର ସୁଖ୍ୟାତି।

ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା ଇଣ୍ଡୋନେସିଆ । ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର । ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ।ଅନ୍ୟପଟେ ବିଜୁ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା। ବାଲୁକା କଳାକୃତି ମାଧ୍ୟମରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଏକ ସୁନ୍ଦର ବାଲୁକା ନିର୍ମିତ ପ୍ରତିକୃତି ତିଆରି କରିବା ସହିତ, ଟ୍ରିବ୍ୟୁଟ୍ ଟୁ ଦି ଟଲ୍ ମ୍ୟାନ ବିଜୁ ବାବୁ ଏବଂ କଳିଙ୍ଗର ବୀରପୁତ୍ର ବିଜୁବାବୁ ବୋଲି ଲେଖିଛନ୍ତି ସୁଦର୍ଶନ।

Leave A Reply

Your email address will not be published.