ଆଜି ଓ ଆସନ୍ତାକାଲି ପାଗ ଶୁଖିଲା ରହିବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ହୋଇଥିଲା ଅସମ୍ଭାଳ ତାତି | ତେବେ ବର୍ତ୍ତମାନ ତାତିରେ ଲାଗିଛି ବ୍ରେକ୍ | ଆଜି ଓ ଆସନ୍ତାକାଲି ପାଗ ଶୁଖିଲା ରହିବ ।ଆଜି ସକାଳେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି।

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି| ଏହାପରେ ୭ ଓ ୮ ତାରିଖରେ ପୁଣି ପଶ୍ଚିମାଝଡ଼ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।ଗତକାଲି ସନ୍ଧ୍ୟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ମୟୂରଭଞ୍ଜର ମୋରଦାରେ ୧୫ ମିଲିମିଟର, କେନ୍ଦୁଝରର ଚମ୍ପୁଆରେ ସର୍ବାଧିକ ୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣିକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.