ନଦୀରେ ବୁଡି ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନଦୀରେ ବୁଡି ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ | ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଂଚାୟତ ମିରିପୁରଖଇରା ଗ୍ରାମ ର ବ୍ରହ୍ମାନନ୍ଦ ଗୋଛାୟତ ଙ୍କ ପୁଅ ଅମିତ ଗୋଛାୟତ ଆଜି ଘର ପାଖ ନଦୀରେ ଗାଧୋଇବାକୁ ଯାଇଥିଲା ବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ।ଗାଧୋଇଲା ବେଳେ ଅମିତଙ୍କ ଗୋଡ଼ ଖସି ଯିବାରୁ ନଦୀ ରେ ଥିବା ଗଣ୍ଡ ରେ ପଡିଯାଇଥିଲେ |

ସଙ୍ଗେ ସଙ୍ଗେ ନଦୀ ପାଖରେ ଜଣେ ବ୍ୟକ୍ତି ଦେଖିବା ପରେ ପରିବାର ଲୋକ ଙ୍କୁ ଖବର ଦେଇଥିଲେ | ପରିବାର ଓ ସ୍ଥାନୀୟ ଲୋକମାନେ ଅମିତକୁ ଖୋଜାଖୋଜି କରି ଉଦ୍ଧାର କରି ସିମୁଳିଆ ମେଡିକାଲ ରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଅମିତକୁ ମୃତ ଘୋଷଣା କରିଥିଲେ l

ଘଟଣାରେ ଏ ଅଂଚଳରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ସିମୁଳିଆ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛନ୍ତି l

Leave A Reply

Your email address will not be published.