ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାନର ୪୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାନର ୪୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ | ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଦ୍ବିତୀୟ ବୃହତ୍ତମ ସହର ରାଇରଙ୍ଗପୁର ରେ ୧୯୮୦ ମସିହାରେ ସ୍ବର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ଦ୍ବାରା ପ୍ରତିଷ୍ଠିତ ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାନ ବେଶ ଲୋକପ୍ରିୟ ହୋଇପାରିଛି |ଏଠାରେ କଳାକାର କୃତିତ୍ବ ଅର୍ଜନ କରି ଦେଶବିଦେଶରେ ନାଁ ଓ ଖ୍ୟାତି ଅର୍ଜନ କରିପାରୁଛନ୍ତି | ସଙ୍ଗୀତ ନାଟକ ଏକାଡେମୀ ଦିଲ୍ଲୀ ପରିଚାଳନାରେ ଏଠାରେ ଶିକ୍ଷାଦାନ ଚାଲୁରହିଛି |

ଏହି ପ୍ରତିଷ୍ଠାନର ୪୩ତମ ବାର୍ଷିକ ଉତ୍ସବ ଗତ ୪ ଏପ୍ରିଲ ରେ ମହାସମାରୋହରେ ସହରସ୍ତ ବସଷ୍ଟାଣ୍ଡ ନିକଟରେ ଥିବା ଛଉଭବନରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଛଉନୃତ୍ୟ ଗୁରୁ ମହେଶ୍ବର ମହାନ୍ତ ଏବଂ ସଂପାଦକ ଦୁଷ୍ମନ୍ତ କୁମାର ବସା ଯୋଗ ଦେଇଥିଲେ | ମୁଖ୍ୟ ଅତିଥି ଅନୁଷ୍ଠାନର ଉତ୍ତୋରର ଉନ୍ନତି କରିଥିବା ବେଳେ ସଂପାଦକ ଅନୁଷ୍ଠାନ ସମ୍ପର୍କରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ ଅବସରରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଫଳରେ ଛଉନୃତ୍ୟ ପ୍ରତିଯୋଗିତା ହୋଇ ପାରିଲା ନାହିଁ ବୋଲି ଲୋକମାନଙ୍କୁ ସୂଚନା ଦେଇଥିଲେ | ଏହି ଉତ୍ସବରେ ରେଙ୍ଗାଲ ବେଡା ଛଉ, ଭଞ୍ଜଭୂମି ଛଉନୃତ୍ୟ କଳା ପରିଷଦ, ରେଙ୍ଗାଲ ବେଡା ତିରିଂ, ଜେ ପି ଏମ ଛଉ ଦେଉଳି ସାହି ବାଦଡା, ବାମନିପାହାଡ ଛଉ, ଅଳାଁଯୋଡି ଏବଂ ସଙ୍ଗୀତ ନାଟକ ଏକାଡେମୀ ତାଲିମ କେନ୍ଦ୍ର ନିଉଦିଲ୍ଲୀ ର କଳାକାରବୃନ୍ଦ ନୃତ୍ୟ ପରିବେଷଣ କରିଥିଲେ | ଯୁଗ୍ମ ସଂପାଦକ ଜୀବନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସଭାପତି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସରୋଜ କୁମାର ଦାସ, ଉପସଭାପତି ଦ୍ବାରିକାନାଥ ମହାନ୍ତ, ଯୁଗ୍ମ ସଂପାଦକ ଜୀବନ କୁମାର ପାତ୍ର, ସୃଷ୍ଟିଧର ମହାନ୍ତ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାନ୍ତ, କାର୍ଯ୍ୟାଳୟ ସହକାରୀ ଶୁସେନ ମହାନ୍ତ, ଶିବ ମହାନ୍ତ, କାଳୀ ମହାନ୍ତ,ରାଜ କପୁର ମହାନ୍ତ, ସନ୍ତୋଷ ମହାନ୍ତ, ସୁନୀଲ ମହାନ୍ତ , ବିଭୂତି ମହାନ୍ତ, କର୍ଣ୍ଣ ମହାନ୍ତ, ଛତିଷ ମହାନ୍ତ, ବିକାଶ ମହାନ୍ତ, ସାର୍ଥକ ମହାନ୍ତ, ବିଜୟ ମହାନ୍ତ, ଧୀରେନ ମହାନ୍ତ, କାହ୍ନେଇ ବାନରା, ଭାଗବତ ମାଝୀ , ସୂର୍ଯ୍ୟ ସୋରେନ ଏବଂ ଅନ୍ୟମାନେ ସଫଳ କରିଥିଲେ | ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଲୋକେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ |

Leave A Reply

Your email address will not be published.