ମୁଖ୍ୟମନ୍ତ୍ରୀ ଉନ୍ମୋଚନ କଲେ ୨୦୨୩ରେ ହେବାକୁ ଥିବା ହକି ବିଶ୍ଵକପ ଲଗୋ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଉନ୍ମୋଚିତ ହେଲା ୨୦୨୩ରେ ହେବାକୁ ଥିବା ହକି ବିଶ୍ଵକପ ଲଗୋ। ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩ ଜାନୁଆରୀ ୨୦୨୩ ରୁ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଖେଳାଯିବ ବିଶ୍ଵକପ।

ଉଭୟ କଳିଙ୍ଗ ଷ୍ଟାଡିୟମ୍ ଓ ବିର୍ଷାମୁଣ୍ଡା ଆନ୍ତର୍ଜାତୀୟ ଷ୍ଟାଡିୟମ୍ ରେ ଖେଳାଯିବ ବିଶ୍ଵକପ। ୨୦୧୮ ରେ ସଫଳତାର ସହିତ ବିଶ୍ଵକପ ଆୟୋଜିତ କରିବା ପରେ ପୁଣି ୨୦୨୩ ରେ ଆୟୋଜିତ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥର କିନ୍ତୁ ଉଭୟ କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ନୂଆ ଭାବେ ତିଆରି ହେଉଥିବା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ଷ୍ଟାଡିୟମ୍ ରେ ଖେଳା ଯିବ। ଆଶା କରାଯାଉଛି ଅଗଷ୍ଟ ସୁଦ୍ଧା ରାଉରକେଲାରେ ତିଆରି ହେଉଥିବା ଷ୍ଟାଡିୟମ୍ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଇଯିବ।

Leave A Reply

Your email address will not be published.