ଟ୍ୱିନ ସିଟିରେ ଶୀତ ସହ ହାଲୁକା ବର୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗତକାଲି ରାତିରେ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି କୋହଲା ପାଗ ପରିଲକ୍ଷିତ ହୋଇଛି। ‌ଦ୍ବୈତ ନଗରୀ ଭୁବନେଶ୍ବର-କଟକରେ ହାଲୁକା ବର୍ଷା ଲୋକଙ୍କୁ ଯାତାୟତରେ ଅସୁବିଧା ସୃଷ୍ଟି କରିଛି। ବଢ଼ି ଭୋରରୁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି। ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଲାଗି ରହିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୋହଲା ପାଗ ଜାରି ରହିବ। ବିଶେଷ କରି ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖ ବେଳକୁ ଓଡ଼ିଶାରୁ ବର୍ଷାର ମାତ୍ରା କମିବ। ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ୨୬ ତାରିଖବେଳକୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷର ସୂଚନା ଦିଆଯାଇଛି।

ଆଜି ଓ ଆସନ୍ତାକାଲି ଅନୁରୂପ ପାଗ ରହିବ ବୋଲି ଜଣାଯାଇଛି। ଏଣେ ଆଗାମୀ ୨୬ ତାରିଖରୁ ପାଣିପାଗରେ ପରିବର୍ତ୍ତନ ଘଟିବ ବୋଲି ସୂଚନା ରହିଛି। ସେହିପରି ଗୁରୁବାର ଦିନ ରାଜ୍ୟର କିଛି ଜିଲ୍ଲରେ ବର୍ଷା ସହ କୋହଲା ପାଗ ବି ରହିବ । ଆଉ ଶେଷରେ ୨୬ ତାରିଖରୁ ବଦଳିବ ପାଗ । ଏମିତିକି ଆଗାମୀ ୨୪ ଘଣ୍ଟା ପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିପାରେ ରାତି ତାପମାତ୍ରା ।

Leave A Reply

Your email address will not be published.