ଜାତୀୟ କନ୍ୟା ସନ୍ତାନ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କନ୍ୟାରତ୍ନ , କହିବା ଯେତିକି ସହଜ ତାହାକୁ ରତ୍ନ ଭଳି ଆଦର କରିବା ସେତିକି କଷ୍ଟ ମନେକରୁଛି ଆଜିର ସମାଜ। ଝିଅ-ପୁଅ ସମାନ ସ୍ଲୋଗାନ୍‌କୁ ନେଇ ଲୋକମାନଙ୍କୁ ସଚେତନ କରାଯାଉଛି, କିନ୍ତୁ ଝିଅମାନଙ୍କ ସହ ଭେଦଭାବ ଥମିବାର ନାଁ ଧରୁନି। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ସମସ୍ୟା ପରିଲକ୍ଷିତ ହେଉଛି। ବାଳିକାମାନଙ୍କ ପ୍ରତି ଅନ୍ୟାୟ ହେଉଛି। କିନ୍ତୁ ବର୍ତ୍ତମାନ ଝିଅ ବା କନ୍ୟା ସନ୍ତାନ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଛି ବୋଲି କହିଥାଆନ୍ତି । ଯୌତୁକ ବୋଝ ନୁହେଁ ସମ୍ମାନ ମୁଣ୍ଡାଉଛନ୍ତି ଗୁରୁଜନ ।

ଆଜିକା ସମୟରେ କନ୍ୟା ଅବଳା କି ଦୁର୍ବଳା ନୁହଁ ବରଂ ପୁରୁଷକୁ ପଛରେ ପକାଇ ଆଗରେ ରହିଛନ୍ତି । ଯେଉଁ କନ୍ୟା ଦିନେ ଘର ସମ୍ଭାଳୁଥିଲେ ସେ ଆଜି ଦେଶର ଶାସନ ଭାର ହାତକୁ ନେଉଛନ୍ତି । ନାରୀ ଓ ପୁରୁଷ ସମାଜର ମୁଦ୍ରା ସଦୃଶ୍ୟ । ତେଣୁ କନ୍ୟା ଏବଂ ପୁତ୍ର ସନ୍ତାନକୁ ସମାନ ଭାବେ ଦେଖିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । କନ୍ୟା ସନ୍ତାନମାନେ ସମାଜରେ ସମ୍ମୁଖୀନ ହେଉଥିବା ଅସମାନତା ଉପରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାନୁଆରୀ 24 ତାରିଖରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଏ । ଝିଅମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ବିକାଶ ପାଇଁ ସମାନ ସୁଯୋଗ ସହିତ ସମାଜରେ ସେମାନଙ୍କୁ ସମ୍ମାନ ଦେବା ଲକ୍ଷ୍ୟରେ ଏହି ଦିନ ପାଳନ କରାଯାଏ ।

ଲିଙ୍ଗଗତ ଭେଦଭାବ ଭାରତରେ ଏକ ନୂଆ କଥା ନୁହେଁ, ଶତାବ୍ଦୀ ଧରି ଏହି ପ୍ରଥା ଚାଲି ଆସୁଛି । 1966 ମସିହା 24 ଜାନୁଆରୀରେ ଇନ୍ଦିରା ଗାନ୍ଧୀ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ତେଣୁ 24 ଜାନୁଆରୀକୁ ଭାରତରେ ଜାତୀୟ ଶିଶୁ କନ୍ୟା ଦିବସ ଭାବରେ ପାଳନ କରାଯାଏ । ଜାତୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ 2008 ମସିହାରେ ପ୍ରଥମ ଥର ପାଇଁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ସେହି ସମୟରେ ଭାରତ ଇତିହାସରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ରହିଥିଲେ ଇନ୍ଦିରା ଗାନ୍ଧୀ । ଏହା ମହିଳାଙ୍କ ପାଇଁ ଏକ ପଦକ୍ଷେପ ରହିଥିବା ବେଳେ ବୈପ୍ଲବିକ ପରିବର୍ତ୍ତନ ମଧ୍ୟ ଆଶା କରାଯାଉଥିଲା ।

Leave A Reply

Your email address will not be published.