ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ୯୭ ଲକ୍ଷ ହେରଫେର ଘଟଣା: ମହିଳା ଆକାଉଣ୍ଟାଣ୍ଟଙ୍କ ବୟଫ୍ରେଣ୍ଡକୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  97 ଲକ୍ଷ ହେରଫେର ଘଟଣାରେ ପାୟଲଙ୍କ ପ୍ରେମିକ ବିକାଶକୁ ଝାଡ଼ଖଣ୍ଡରୁ ଗିରଫ କରିଛି କମିଶନରେଟ ପୋଲିସ। ପ୍ରେମିକାଠୁ ଟଙ୍କା ଆଣି 4ବର୍ଷ ହେଲା ଅନଲାଇନରେ ଜୁଆ ଖେଳୁଥିଲା ବିକାଶ। ଉଭୟଙ୍କୁ ରିମାଣ୍ଡରେ ଆଣି ମୁହାଁ ମୁହିଁ ଜେରା କରିବ ପୋଲିସ।

ବିକାଶ କୁମାର।ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ବି ଟେକ ଇଞ୍ଜିନିୟର। ସେ ଝାଡ଼ଖଣ୍ଡରେ ରହୁଛନ୍ତି, ପେସାରେ ବ୍ୟବସାୟୀ। ହେଲେ ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖୁଥିଲା ବିକାଶ। ଏଥିପାଇଁ ଗତ 4 ବର୍ଷ ଧରି ସେ ଅନଲାଇନ ଜୁଆ ଖେଳୁଥିଲା। ଏଥିରେ ଟଙ୍କା ହାରି ଯାଇ ପ୍ରେମିକା ପାୟଲଙ୍କୁ ମାଗୁଥିଲା ଟଙ୍କା। ପ୍ରଥମେ ପାୟଲ ନିଜ ଆକାଉଣ୍ଟରୁ ଟଙ୍କା ଦେଉଥିବାବେଳେ ଦେଢ଼ବର୍ଷ ହେଲା କଲେଜ ଟଙ୍କା ହେରଫେର କରିଥିଲା। 97 ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ପାୟଲ ଗିରଫ ହେବାପରେ ପ୍ରେମିକକୁ ଟଙ୍କା ଦେଇଥିବା କହିଥିଲା।

ପାୟଲ ଠାରୁ ତଥ୍ୟ ପାଇ ବିକାଶକୁ ଧରିବାକୁ ଝାଡ଼ଖଣ୍ଡ ଯାଇଥିଲା 4 ଜଣିଆ ତମାଣ୍ଡୋ ପୋଲିସ ଟିମ।4 ଜଣିଆ ଟିମ ଗତ ଶନିବାର ଦିନ ରାଞ୍ଚୀ ପହଂଚି ଥିଲେ। ହେଲେ ପୋଲିସ ଖବର ପାଇ ସେଠାରୁ ଖସି ପଳାଇଥିଲା ବିକାଶ। ପୁଣି ହଜାରିବାଗ୍ର ରେ ଥିବା ସୂଚନା ପାଇ ସେଠାରେ ପହଁଚିଥିଲା ପୋଲିସ। ସେଠାରେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ ଏକ ବିବାହ ଭୋଜିରେ ଥିବା ଖବର ପାଇ ପୋଲିସ ସେଠାରେ ପହଂଚିଥିଲା। ହେଲେ ପୋଲିସକୁ ଚକମା ଦେଖାଇ ସେ ଖସି ପଳାଇଥିଲା। ଶେଷରେ ଚତୁରତାରସହ ତାକୁ କାବୁ କରିଥିଲା ପୋଲିସ। ତାକୁ ହଜାରିବାଗ କୋର୍ଟରେ5 ଦିନିଆ ଟ୍ରାନସିଟ ରିମାଣ୍ଡ ପାଇଁ ଆବେଦନ କରିଥିଲା। 3 ଦିନିଆ ଟ୍ରାନସିଟ ରିମାଣ୍ଡରେ ଅଣିଛି ପୋଲିସ। ତାକୁ ତମାଣ୍ଡୋ ଥାନାରେ ପଚରା ଉଚୁରା କରିଚିପୋଲିସ। ବିକାଶ ଓ ପାୟଲଙ୍କୁ ରିମାଣ୍ଡରେ ଆଣିବ ପୋଲିସ। ରିମାଣ୍ଡରେ ଉଭୟଙ୍କୁ ମୁହାଁମୁହିଁ ଜେରା କରିବ ପୋଲିସ। ଏହି ହେରଫେର ପଛରେ ଆଉ 2 ଜଣ ଥିବା ପୋଲିସ ଜାଣିବାକୁ ପାଇଛି।97 ଲକ୍ଷ ହେରଫେର ନେଇଆସିଲା ଚାଞ୍ଚଲ୍ୟକରତଥ୍ୟ। ଅନଲାଇନ ଗାମ୍ବଲିଙ୍ଗ କରୁଥିଲା ବିକାଶ। Tiger ଏକ୍ସଚେଞ୍ଜ, silver ଏକ୍ସଚେଞ୍ଜ, Mahindra HCL ଭଳି ଅନଲାଇନ ଜୁଆ ଖେଳୁଥିଲା ବିକାଶ। ପାୟଲ ମଧ୍ୟ ଅନଲାଇନ ଜୁଆରେ ଟଙ୍କା ଲାଗେଇଥିବା ସୂଚନା ମିଳିଛି

Leave A Reply

Your email address will not be published.