କମ୍ପୋଷ୍ଟ ଖତ ୟୁନିଟ ଉଦ୍ଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପାଖଝୋଲା ପଞ୍ଚାୟତ ଆଲିଗାଁରେ କୋମ୍ପୋଷ୍ଟ ଖତ ୟୁନିଟ ନେଇ ଏକ ସମାରୋହ ଆୟୋଜିତ ହୋଇଯ଼ାଇଛି | ଏହି ସମାରୋହଟି ଆଲିଗାଁର ସରସ୍ବତୀ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପରିଚାଳନା କରାଯ଼ାଇଥିଲା |

ଏଥିରେ ମୁଖ୍ୟ ଅତିଥି ରୁପେ ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ ଯ଼ୋଗଦେଇଥିବା ବେଳେ ଡିପିଏମ ପ୍ରୀୟମ୍ବଦା ବିଷୟୀ, ପାକଝଲା ସରପଞ୍ଚ ପଦ୍ମିନୀ ଆଲତୀୟା, ବୈଜ୍ଞାନିକ ଡ଼ ଅଭିନାସ ଦତ୍ତ, ଡ. ରାଜେସ ପାସୁ ମୁର୍ତ୍ତି, ଡ. ସନ୍ତୋଷ କାଲେ, ଡ୍. ରାକେଶ ସାବନ୍ତ, ବିଶ୍ବନାଥ ବେହେରା, ଉଦିତ ଶଙ୍କର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ | ଏହି କାର୍ଯ଼୍ୟକ୍ରମକୁ ସମ୍ପାଦକ ପ୍ରଭାକର ଅଧିକାରୀ ପରିଚାଳନା କରିଥିବା ବେଳେ ପୋଗ୍ରାମ ପରିଚାଳକ ହର୍ଷିତା ମିଶ୍ର ଏଥିରେ ସହଯ଼ୋଗ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଇକରିସେଟର ମନୋଜ ଲିମା,ଏମ୍ବିକେ , ସି ଆର ପି , କୃଷି ମିତ୍ର, ପ୍ରାଣୀମିତ୍ର, ସରସ୍ବତୀ ଏସ ହଛ ଜି ମହିଳା ମିସସନ ଶକ୍ତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଏହି କାର୍ଯ଼୍ୟକ୍ରମରେ ଜୈବିକ ସାର ପ୍ରସ୍ତୁତି ନେଇ ବୈଜ୍ଞାନିକ ମାନେ ଲୋକଙ୍କୁ ସଚେତନ କରାଇବା ସହ ଏହାର ଉପକାରିତା ଓ ଚାଷ କାର୍ଯ୍ୟରେ କିପରି ବ୍ୟବହାର କରାଯ଼ାଇପାରିବ ଏନେଇ ଆଲୋକପାତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପଟ୍ଟାଙ୍ଗି ବିଧାୟକ ପ୍ରତିନିଧି ଲକ୍ଷ୍ମଣ ପାଢ଼ୀ, ବ୍ଲକ ସଭାପତି ରାମ ଅଣ୍ଟବିରିଆ,ଲଖ୍ମଣ କ୍ରିସାନୀ,ବ୍ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଶତାଧିକ ମହିଳା ଓ ଗ୍ରାମବାସୀ ଉପସ୍ଥିତ ଥିଲେ | ପରିଶେଷରେ ଉଦିତ ଶଙ୍କର ପାଣିଗ୍ରାହୀ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.