ସାପ୍ତାହିକ ହାଟ ରେ ଆନ୍ଧ୍ର ପୁଲିସ ର ଶିବିର କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):କୋରାପୁଟ ଜିଲ୍ଲା ପୋଟାଙ୍ଗି ବ୍ଲକ୍ ବିବାଦୀୟ କୋଟିୟାପୁଞ୍ଜର ନେରୀଡି ୱାଲ୍ସା ସାପ୍ତାହିକ ହାଟ ରେ ଆନ୍ଧ୍ର ପୁଲିସ ର ଶିବିର କାର୍ଯ୍ୟକ୍ରମ କରିଛି।

ଆଜି ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍ ଜିଲ୍ଲା ଏସପି ବିକ୍ରାନ୍ତ ପାଟିଲ୍ ଆଇପିଏସ୍, ସୁନୀଲ ଶୋରାନ୍ ଆଇପିଏସ୍, ଏଏସପି ପାର୍ବତୀପୁରମ୍, ସାଲୁରୁ ଗ୍ରାମୀଣ ସି.ଆଇ. ଉପସ୍ଥିତ ରହି ପୁଲିସ ଏବଂ ଜନତା ର ବନ୍ଧୁ ସମ୍ପର୍କ କାର୍ଯ୍ୟକ୍ରମରେ ସାଲୁରୁ ଏରିଆ ହସ୍ପିଟାଲ୍ ପକ୍ଷରୁ ନାଗେଶ୍ୱରା ରାଓ, ଡ. ଅନିଲ , ସୁନାଥା , ତନାମ୍ ପି.ଏଚ.ସି. ମେଡିକାଲ୍ ଅଫିସର ତଥା ସାଲୁରୁ ଫିଲାଡେଲଫିଆ ହସ୍ପିଟାଲର ବରିଷ୍ଠ ଚକ୍ଷୁ ଚିକିତ୍ସକ ଶ୍ୟାମ ବାବୁ କୋଟିୟା ପଞ୍ଜ ର 5ଗୋଟି ଗ୍ରାମ ବାସୀ ଙ୍କୁ ଡାକ୍ତରୀ ପରୀକ୍ଷା କରିଥିଲେ | ଏବଂ 300 ଲୋକଙ୍କୁ ଔଷଧ ବଣ୍ଟନ କରିଥିଲେ।

କମ୍ୟୁନିଟି ପୋଲିସିର ଏକ ଅଂଶ ଭାବରେ ସାଲୁରୁ ପୋଲିସ ଯୁବକ ମାନଙ୍କୁ ଛତା, ରାସନ ଏବଂ ଭଲିବଲ୍ କିଟ୍ ଯୋଗାଇ ଦେଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ପାଇଁ ନାଚ ଗୀତ ଖେଳ ମଧ୍ୟ ଆୟୋଜନ କରିଥିଲା ଆନ୍ଧ୍ର ପୁଲିସ ପ୍ରଶାସନ। ଏହି କାର୍ଯ୍ୟକ୍ରମରେ କୋଟିଆ ସିଆଇ ନାରାୟଣ ରାଓ ଏବଂ ଗ୍ରାମୀଣ ପୋଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ନେରୀଡି ୱାଲ୍ସା ଶିବିର ଆୟୋଜନ ରେ ଉପର ସେମ୍ବୀ, ତଳ ଶେମ୍ବି, ଗଞ୍ଜେଇ ପଦର ଏମିତି ପ୍ରାୟ ଗ୍ରାମ ରୁ ଲୋକେ ସାମିଲ୍ ହେଇଥିଲେ।

Leave A Reply

Your email address will not be published.