ଖିଚିଂ ଆସି ମା କିଚକେଶ୍ବରୀଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୨ ତାରିଖରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ |ରାଷ୍ଟ୍ରପତି ତୃତୀୟ ଥର ପାଇଁ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାକୁ ଆସିଛନ୍ତି ।

ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ଝାଡ଼ଖଣ୍ଡର ରାଞ୍ଚି ବିମାନ ବନ୍ଦର ପହଞ୍ଚି ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକ୍ୟାପ୍ଟରରେ ଆସି ଅପରାହ୍ନ ୨.୩୦ମିନିଟ ସମୟରେ ଖିଚିଂ ନିକଟ ପାଣ୍ଡରଶିଳ ଗାଁରେ ନିର୍ମିତ ଅସ୍ଥାୟୀ ହେଲିପେଡରେ ପହଞ୍ଚି। ସେଠାରୁ ପ୍ରଥମେ ଖିଚିଂ ମନ୍ଦିର ୨ଟା ୪୦ରୁ ୩ଟା ୪୫ ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ ସହ ଆଳତୀ କାର୍ଯ୍ୟକ୍ରମ ରହିଥିବାବେଳେ,  ପ୍ରସାଦସେବନ ମଧ୍ୟ କରିଥିଲେ ।ପରେ ହେଲିକ୍ୟାପ୍ଟର ଯୋଗେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ଵରେ ହେବାକୁ ଥିବା ହଲିଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଭରଚୁଆଲ ମୋଡ଼ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।

ରାଇରଙ୍ଗପୁରରେ ୨୨୦ ନଂ ଜାତୀୟ ରାଜପଥ ଉପରେ ଦୁଇଲେନ ବିଶିଷ୍ଟ ବାଇପାସ ରୋଡ଼ ନିର୍ମାଣ, ରାଇରଙ୍ଗପୁରରୁ ଯଶୀପୁର ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ, ବାଇଦାପୋଷି ସ୍ଥିତ ସ୍ପୋର୍ଟ କମ୍ପ୍ଲେକ୍ସ ଓ ଆଦିବାସୀ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ ଏବଂ ବଡ଼ସାହି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ ଭରଚୁଆଲ ମୋଡ଼ରେ କରିଥିଲେ ସେଠାରୁ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ପହଞ୍ଚି ସେଠାରେ ସମ୍ପର୍କୀୟ ଓ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ସହ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ରହିଥିଲା । ରାଷ୍ଟ୍ରପତି ରାଇରଙ୍ଗପୁର ନିଜ ଘରେ ରାତ୍ରିଭୋଜନ ସହିତ ବିଶ୍ରାମ ନେଇଥିବା ସୂଚନା ମିଳିଛି |

Leave A Reply

Your email address will not be published.