ବାଲେଶ୍ୱରରେ ଅନୁଷ୍ଠିତ ହେଲା ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବାଲେଶ୍ୱର ଜିଲ୍ଲା ସଦର ମହକୁମାସ୍ଥିତ ପୋଲିସ ଲାଇନ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ । ସମଗ୍ର ଜିଲ୍ଲାରୁ ଆସିଥିବା ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ। ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ ଏହା ଯୁବକଯୁବତୀମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି ।

ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ ଯୋଗ ଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ସାଇନ୍ସ ଲାବ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ | ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ନୂଆ-ଓ କାର୍ଯ୍ୟକ୍ରମ ସୁଯୋଗ ଆଣିଛି ବୋଲି ସେ ମତ ପ୍ରକାଶ କରିଥିଲେ | ଏହି ଅବସରରେ ବାଲେଶ୍ୱର ଜିଲ୍ଲାର ୭୧ ଗୋଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୩୦ କୋଟି ୫୯ ଲକ୍ଷ ୨୫ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା | ସେହି ପରି ଛାତ୍ରଛାତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ଖୁବ ଶୀଘ୍ର ସ୍ମାର୍ଟ କାର୍ଡ ଯୋଗାଇ ଦିଆ ଯିବ ଯାହା ଦ୍ୱାରା ସେମାନେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ | ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଛାତ୍ରବୃତ୍ତି ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆ-ଓ କାର୍ଯ୍ୟକ୍ରମରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିଥିଲେ |

ଛାତ୍ରଛାତ୍ରୀଙ୍କ ପ୍ରତିଭାରେ ସାରା ଓଡିଶା ଓ ଦେଶ ଗର୍ବ କରୁ ଏବଂ ସେମାନଙ୍କର ଦକ୍ଷତା ଅଧିକ ବିକାଶ ତଥା ସୁନ୍ଦର ଭବିଷ୍ୟତ ପାଇଁ ଓଡିଶା ସରକାର ନୂଆ ଓ ଛାତ୍ରବୃତ୍ତି ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ | ଅର୍ଥ ଅଭାବରୁ କୌଣସି ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚିତ ନ ହୁଅନ୍ତୁ ସେଥି ପାଇଁ ଆରମ୍ଭ ହୋଇଛି ନୂଆ-ଓ ଛାତ୍ରବୃତ୍ତି | ଏହି ଯୋଜନା ଅନ୍ତର୍ଗତ ସାଧାରଣ ଓ ଓବିସି ବର୍ଗର ପ୍ରତ୍ୟେକ ଯୋଗ୍ୟ ଛାତ୍ରୀ ୧୦ ହଜାର ଓ ପ୍ରତ୍ୟେକ ଯୋଗ୍ୟ ଛାତ୍ର ୯ ହଜାର ଟଙ୍କା ବୃତ୍ତି ପାଇବେ | ସେହି ଭଳି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ର ଓ ଛାତ୍ରୀ ତଥା ନିର୍ମାଣ ଶ୍ରମିକ ଅଧିନସ୍ଥ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଏହି ଅର୍ଥ ରାଶି ଯଥାକ୍ରମେ ୧୦ ହଜାର ଏବଂ ୧୧ ହଜାର ଧାର୍ଯ୍ୟ କରାଯାଇଛି | ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ପ୍ରତ୍ୟକ୍ଷ ଭାବରେ ଏହାର ତଦାରଖ କରିଥିଲେ | ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ନିଜର ଯୋଗଦାନ କରି ଏହାକୁ ସଫଳ କରାଇଥିଲେ।

Leave A Reply

Your email address will not be published.