ଘରୋଇ କଳିରୁ ଆତ୍ମହତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘରୋଇ କଳିରୁ ଆତ୍ମହତ୍ୟା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ମହିଷା ମୁଣ୍ଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ ମହିଷାମୁଣ୍ଡା ଗ୍ରାମର ଦିପକ ବେହେରାଙ୍କ ପତ୍ନୀ ଶସ୍ମିତା ବେହେରା ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ମୃତକଙ୍କ ପ୍ରତି ଦିପକ ଏକ ଟେଣ୍ଟରେ କାମ କରନ୍ତି। ଗତକାଲି ଦିପକ ରାତିରେ ପ୍ରାୟ ୨ଟା ବେଳକୁ କାମସାରି ଘରକୁ ଫେରିଥିବା କହିଛି।

ଫେରିବା ବିଳମ୍ବ ହେତୁ ରାତିରେ ପତ୍ନୀସହ ଦିପକର ଯୁକ୍ତି ହୋଇଥିବା ସୂଚନା।ଦିପକ କହିବା ଅନୁସାରେ ସକାଳେ ଦେଖିଲାବେଳକୁ ଶସ୍ମିତା ମୃତ୍ୟୁବରଣ କରିସାରିଛି।ଏସମ୍ପର୍କରେ ପୋଲିସ ଖବର ପାଇ ତଦନ୍ତ କରୁଥିଲାବେଳେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠେଇଥିବା ଜଣାଯାଇଛି।

Leave A Reply

Your email address will not be published.