ଗଛରେ ପିଟିହୋଇ ବାଇକ ଚାଳକ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗଛରେ ପିଟିହୋଇ ବାଇକ ଚାଳକ ଗୁରୁତର। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଔପଦା ବଡପୋଖରୀ ମୁଖ୍ୟ ରାସ୍ତାର ଆଗୁଆଣସାହି ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଗଛରେ ପିଟି ହୋଇ ରାସ୍ତା ତଳ ବିଲକୁ ଖସି ପଡିଥିବା ବେଳେ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି।

ଏହି ଥାନା ଅନ୍ତର୍ଗତ ଅଘିରାପଦା ପଞ୍ଚାୟତ ଜେନା ସାହି ଗ୍ରାମର ଅଭିମନ୍ୟୁ ଦାସ ଙ୍କ ପୁଅ ଅଜୟ ଦାସ (୨୩) କୌଣସି ଏକ କାର୍ଯ୍ୟରେ ଓଡ଼ି ୦୧ଏକିୟ୍ୟୁ୫୮୦୩ ନମ୍ବର ବିଶିଷ୍ଟ ଏକ କଳା ରଙ୍ଗର ପଲସର୍ ବାଇକ ଯୋଗେ ବିଳମ୍ବିତ ରାତିରେ ଚିଞ୍ଚିଡ଼ା ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ରାସ୍ତା ତଳ ବିଲକୁ ଖସିପଡ଼ିଥିଲେ।

ଏହି ଘଟଣାରେ ଅଜୟଙ୍କ ଛାତି ଓ ମୁଣ୍ଡରେ ରେ ଗଭୀର ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥଲା । ଏବେ ଅଜୟ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡିଛି।

Leave A Reply

Your email address will not be published.