ଅବକାରୀ ବିଭାଗର ମିଳିତ ଚଢ଼ାଉ: ବିପୁଳ ଦେଶୀ, ବିଦେଶୀ ମଦ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ଓ ଜଳେଶ୍ବର ସାଟେଲାଇଟ ଅବକାରୀ ଟିମ ତରଫରୁ ବାଲେଶ୍ୱର ଜିଲ୍ଲା ଅଡା ବଜାର ଅଞ୍ଚଳରେ ମିଳିତ ଭାବେ ଚଢ଼ାଉ କରାଯାଇଛି |

ଚଢ଼ାଉ ବେଳେ, ବିପୁଳ ମାତ୍ରାରେ ଦେଶି,ବିଦେଶୀ ମଦ ଏବଂ ଆସ୍କାଫର୍ଟି ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ତେବେ ସୂଚନା ମୁତାବକ, କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଳକା ସୁନାଙ୍କ ତତ୍ୱାବଧାନରେ ଆଇଆଇସି ଧିରେନ ବେହେରା ଓ ଜଳେଶ୍ବର ସେଟଲାଇଟ ଅବକାରୀ ଆଇଆଇସି ଲକ୍ଷେସାଧଵ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଅଡା ବଜାରରେ ଥିବା ଏକ ପରିତ୍ୟକ୍ତ ଦୋକାନ ଘରେ ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ ୮୫୦ ଲିଟର ଦେଶୀମଦ, ୨୫ ଲିଟର ବିଦେଶୀମଦ, ୧୨୫ ଲିଟର ଆସ୍କାଫର୍ଟି ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଅଡା ଗ୍ରାମର ଭାଗିରଥି ନାୟକଙ୍କୁ ଗିରଫ କରି ଥିଲା।ଗିରଫ ଭାଗିରଥିକୁ ଆଜି ସୋର ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା।

Leave A Reply

Your email address will not be published.