ଚାକିରି ଛାଡି ମାଗଣା ସେବା କରୁଛନ୍ତି ଯୁବ ଡାକ୍ତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାକିରି ଛାଡି ମାଗଣା ସେବା କରୁଛନ୍ତି ଯୁବ ଡାକ୍ତର। ଗାଁ ଗାଁକୁ ଯାଇ ମାଗଣା ସେବା ଯୋଗାଇ ଦେଉଛନ୍ତି ଜଣେ ଯୁବ ଡାକ୍ତର। ସେମାନଙ୍କ ହସକୁ ନିଜର ଆଶୀର୍ବାଦ ଭାବି ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି।

ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳର ସୁଦାମ ଚରଣ ସ୍ୱାଇଁଙ୍କର ପୁତ୍ର ଡାକ୍ତର ବ୍ରଜସୁନ୍ଦର ସ୍ୱାଇଁ।ସେ ଜଣେ ଶିଶୁ ରୋଗ ବିଶେଷଜ୍ଞ। ଚାକିରୀ ଛାଡି ଏବେ ଖଇରା ସିମୁଳିଆ ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ଆଜି ସିମୁଳିଆ ବ୍ଲକ ସବଙ୍ଗ ବଜାରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରି ପ୍ରାୟ ୩୦୦ପିଲାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ଯୋଗାଇ ଦେଇଥିବା ଜଣାଯାଇଛି।

ବ୍ରଜସୁନ୍ଦର ଚାକିରୀ ଛାଡି ଲୋକଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାରୁ ଲୋକମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁବ ଡାକ୍ତରଙ୍କର ଏଭଳି ପ୍ରୟାସ ପାଇଁ ତାଙ୍କୁ ସବୁଠି ପ୍ରସଂଶା କରାଯାଉଛି।

Leave A Reply

Your email address will not be published.