ସୋରରେ ଦେହ ବେପାର; ୪ଗ୍ରାହକ ସହ ୨ ଦେହଜୀବୀ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋରରେ ଦେହ ବେପାର।୪ଗ୍ରାହକ ସହ ୨ ଦେହଜୀବୀ ଗିରଫ। ଧରାପଡ଼ିଲେ ଚାରି ଗ୍ରାହକ ସହ ଦୁଇ ଦେହଜୀବୀ | ବାଲେଶ୍ୱର ଜିଲ୍ଲା ସୋର ପୌରାଞ୍ଚଳ ବଡ଼ଖୁରିର ଏକ ଭଡ଼ାଘରେ ଚାଲୁଥିଲା ଦେହ ବ୍ୟବସାୟ । ସୂଚନା ପାଇ ସୋର ପୁଲିସ ରାତିରେ ଚଢ଼ାଉ କରିଥିଲା।

ଚଢ଼ଉ ପରେ ଦୁଇଜଣ ମହିଳା ଓ ଚାରିଜଣ ପୁରୁଷଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସୋର ସହରରେ ଦିନକୁ ଦିନ ଦେହ ବ୍ୟବସାୟ ବଢ଼ିବାରେ ଲାଗିଛି। ବିଭିନ୍ନ ହୋଟେଲ ଓ ଭଡ଼ା ଘରେ ଏହି ସାମ୍ରାଜ୍ୟ ଦିନକୁ ଦିନ ବଢୁଥିବା ବେଳେ କିଛି ଦଲାଲ ପଶ୍ଚିମବଙ୍ଗରୁ ଯୁବତୀମାନଙ୍କୁ ଆଣି ଏଠାରେ ଏହି ହୀନ କାର୍ଯ୍ୟରେ ଲଗାଇ ବେଶ ମାଲାମାଲ ହେଉଛନ୍ତି।

ସୋର ପୋଲିସ ଚଢ଼ାଉ କରି ସ୍ଥାନୀୟ ଚାରି ଯୁବକ ଓ ଦୁଇ ଦେହଜୀବୀଙ୍କୁ ଗିରଫ କରିଛି l ସ୍ଥାନୀୟ ପୁରସ୍ତମ ପୁର ଗ୍ରାମର ବାପି ମଳିକ ଏହି ବେପାରର ମୂଖ୍ୟ କାରପଟଦାର ଥିଲାବେଳେ ଦୀର୍ଘ ଦିନ ଧରି ଏହି ବ୍ୟବସାୟ କରିଆସୁଥିଲା। ପୋଲିସ ନଜର ରଖି ଗତକାଲି ଚଢ଼ାଉ କରି ଅପରାଧି ମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Leave A Reply

Your email address will not be published.