ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ସାଂସଦ ପାର୍ଥୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ସାଂସଦ ପାର୍ଥୀ | ଭଦ୍ରକ ଲୋକ ସଭା ମଣ୍ଡଳୀର କଂଗ୍ରେସ ସାଂସଦ ପାର୍ଥି ଅନନ୍ତ ପ୍ରସାଦ ସେଠୀ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବିରାଟ ଶୋଭା ଯାତ୍ରା ରେ ଆସି ଜିଲ୍ଲା ପାଳ ଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ଖୋଲା ଜିପିରେ କର୍ମୀ ଓ ସମର୍ଥକ ଙ୍କ ଗହଣ ରେ ସହର ପରିକ୍ରମା କରି ଥିଲେ ।

ତାଙ୍କ ସହିତ ଜିଲ୍ଲା ସଭାପତି ତଥା ବାସୁ ଦେବ ପୁର କଂଗ୍ରେସ ବିଧାୟକ ପାର୍ଥି ଅଶୋକ ଦାସ୍ , ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରୀ ପୋଖରୀ ବିଧାୟକ ପ୍ରାର୍ଥି ନିରଞ୍ଜନ ପଟ୍ଟନାୟକ ଓ ଭଦ୍ରକ ବିଧାୟକ ପ୍ରାର୍ଥ ଅସିତ ପଟ୍ଟନାୟକ ଙ୍କ ସମେତ ବହୁ ମହିଳା ନେତ୍ର, ନେତା ଓ କର୍ମୀମାନେ ଯୋଗଦାନ ଦେଇଥିଲେ ।

Comments are closed.