ବନ୍ଧୁକ ମୁନରେ ଡକାୟତି ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବନ୍ଧୁକ ମୁନରେ ଡକାୟତି ଅଭିଯୋଗ ।ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ ଅଧୀନରେ ଥିବା ଡଙ୍ଗରଭେଜା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ସୁନୀଲ ସାହୁ ଙ୍କ ପୈତୃକ ଘରେ ଭଡା ରେ ରହୁଥିବା ଶିକ୍ଷୟତ୍ରୀ ଙ୍କ ଘରେ ପଶି ଡକାୟତି କରିଛନ୍ତି ମୁଖାପିନ୍ଧା ଡ଼କାୟତ।

ଅଭିଯୋଗ ଅନୁସାରେ ଗତକାଲି ମଧ୍ୟ ରାତିରେ ଆଠ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଘରେ ତାଲା ଭାଙ୍ଗି ପଶି ଥିଲେ ଏବଂ ଘରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ ଓ ତାଙ୍କ ସ୍ୱାମୀ ସହ ଛୋଟ ଛୁଆ ଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଧମକାଇବା ସହ ଯାହା ଅଛି ଦେବାକୁ କହିଥିଲେ। ଏହା ସହ ବ୍ୟବସାୟୀ ସୁନୀଲ ସାହୁ ଙ୍କ ରୁମ ବିଷୟରେ ପଚାରି ସେଠି ମଧ୍ୟ ତନାଘନା କରିଥିଲେ । ଲୁଟ ହୋଇଥିବା ଟଙ୍କା ଓ ସୁନାଗହଣା ର ଆନୁମାନିକ ମୂଲ୍ୟ ପ୍ରାୟ 7 ଲକ୍ଷଟଙ୍କା ହେବ ବୋଲି ଜଣାପଡିଛି।

ଲୁଟ କରିବାକୁ ଆଠ ଜଣ ଦୁର୍ବୁତ୍ତ ଆସିଥିବା ବେଳେ ଛଅ ଜଣ ଡକାୟତଙ୍କ ହାତରେ ବନ୍ଧୁକ ଥିବା ବେଳେ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିବା କହିଛନ୍ତି ଶିକ୍ଷୟିତ୍ରୀ ଙ୍କ ସ୍ୱାମୀ । ଡକାୟତ ମାନେ ଘରେ ଥିବା ଛୋଟ ପିଲା ଏବଂ ଦୁଇଜଣ ସ୍ୱାମୀ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଘରେ ଯାହା ଅଛି ଦେବାକୁ କହିଥିଲେ ନଚେତ ସେମାନଙ୍କୁ ମାରିଦିଆଯିବ ବୋଲି କହିଥିଲେ । ତେବେ ଘରୁ ସମସ୍ତ ଟଙ୍କା ସୁନା ନେଇ ଡକାୟତ ମାନେ ଚାଲିଯାଇଥିବା ବେଳେ ଏନେଇ ଡଙ୍ଗରଭେଜା ଫାଣ୍ଡି ରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.