ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ବିଜେଡି- ବିଜେପି ମୁହାଁ ମୁହିଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେବଗଡ଼ ଜିଲ୍ଲା ଗସ୍ତରେ ଆଜି ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତା ଭିକେ ପାଣ୍ଡିଆନ ବିଜେପି ମିଛ ପ୍ରତିଶ୍ରୁତି ଦେଇଥିବା‌ କହିବା ସହିତ ବିଜେପିନେତାମାନଙ୍କକୁ ଟାର୍ଗେଟ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତା ଭିକେ ପାଣ୍ଡିଆନ ଦେବଗଡ ଗସ୍ତରେ ଆସି ମିଛ କଥା କହି ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଆଜି ସଂଧ୍ୟାରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁବାସ ଚନ୍ଦ୍ର ପ‌ାଣିଗ୍ରାହୀ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ସଭାରେ ଯେଉଁ ଭଳି ଢଙ୍ଗରେ ଭାଷଣ ଦେଉଥିଲେ ସିଏ କଣ କହୁଥିଲେ ,ସିଏ ନିଜେ ଜାଣିନଥିବେ।କାଗଜରେ ଯାହା ଲେଖା ହେଉଛି ତାକୁ ପଢି ଭାଷଣ ଦେଉଛନ୍ତି।କେବଳ କେତୋଟି ପ୍ରଶ୍ନ ପଚାରିଲେ ଏଇଟା ଭଲ କି ? ସେଇଟା ଭଲ।ଓଡ଼ିଶାକୁ ଭି କେ ପାଣ୍ଡିଆନ କବଜା କରିବାକୁ ଚେ‌ଷ୍ଟା କରୁଛନ୍ତି।ସିଏ ନିଜେ କିପରି ମୁଖ୍ୟମନ୍ତ୍ରୀ ହେବେ ସେନେଇ ମିଛ କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ।ଏଲପିଜି ଗ୍ୟାସ ଦର ବଢ଼ିବା କ୍ଷେତ୍ରରେ ପିପିଏମ( ପେଟ୍ରୋଲିୟମ ପ୍ରାଇସ ମେକାନିଜିମ)ଦ୍ୱାରା ଦର ନିର୍ଦ୍ଧାରତ ହୋଇଥାଏ।

ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଦାୟୀ ନୁହନ୍ତି କି ତାଙ୍କର ଦସ୍ତଖତର ଆବଶ୍ୟକ ନାହଁି।ପେଟ୍ରୋଲ ଡିଜେଲ ଦର ବଢ଼ିବା ପାଇଁ ରାଜ୍ୟସରକାର ହିଁ ଦାୟୀ।ଭାଟ ଲିଟର ପିଛା ୧୫ଟଙ୍କାରୁ ଅଧିକ ଆଦାୟ କରୁଛନ୍ତି। ଏହାସହିତ ତାଳଚେର-ବିମଳାଗଡ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜାଣିଶୁଣି ଜମିଅଧିଗ୍ରହଣ ବିଳମ୍ବ କରୁଥିବା ହେତୁ ଉକ୍ତ ରେଳପଥ କାର୍ଯ୍ୟ ଆଗେଇପାରୁନାହଁି।ସମ୍ବଲପୁର ଲୋକସଭା ଓ ଦେବଗଡ଼ ବିଧାନସଭା ହାରିବା ଭୟରେ ପାଣ୍ଡିଆନ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଅରୁଣ ସାହୁ, ସାଧାରଣ ସଂପାକଦ ସଚ୍ଚିକାନ୍ତ ଦାଶ, ମିଡିଆ ସେଲ ସଂଯୋଜକ ମୋତିଲାଲ ଶର୍ମା ଉପସ୍ଥିତ ଥିଲେ।

Leave A Reply

Your email address will not be published.