ଦେବଗଡରେ ମୁଖ୍ୟମନ୍ତ୍ରୀଙ୍କ ମାରାଥାନ ପ୍ରଚାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେବଗଡ଼ରେ ଆଜି ଦଳୀୟ ପ୍ରାର୍ଥିଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନପାଟସ୍ଥିତ ବଡବଗିଚା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଜୁଲାଇରୁ ବିଜୁଳି ବିଲ ଦେବାକୁ ପଡିବନି ବୋଲି କହିବା ସହିତ ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ, ମମତା ଯୋଜନା,୫ଟି ସ୍କୁଲ,ନୂଆ ଓ ଛାତ୍ରବୃତ୍ତି ଓ କାଳିଆ ଯୋଜନା ବାବଦରେ ଲୋକଙ୍କମାନଙ୍କ ମତାମତ ପଚାରି ବୁଝିଥିଲେ।

ଏହାସହିତ ବିରୋଧୀମାନଙ୍କ ଉପରେ ବର୍ଷିବା ସହ ସେମାନେ ମିଛ ପ୍ରତିଶ୍ରୁତି ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନିର୍ବାଚନରେ ବିଜେଡି ସାଂସଦ ପ୍ରାର୍ଥି ଓ ବିଧାୟକ ପ୍ରାର୍ଥିଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ।ସେହିପରି ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ ବିଜେଡି ସରକାରକୁ ଆସିଲେ ୩ଟି କାମ ଉପରେ ପ୍ରଥମ ଦସ୍ତଖତ କରିବେ ବୋଲି କହିଥିଲେ। ଆଉ ବିରୋଧୀ କେମିତି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।୨୦୧୪ ଓ ୨୦୧୯ରେ ବିଜେପି ତେଲ ଦର ଓ ଏଲପିଜ ଦର ହ୍ରାସ କରିବାକୁ ପ୍ରତିଶୃତି ଦେଇଥିଲେ।ଏଯାଏଁ ପ୍ରତିଶୃତି ପୂରଣ କଲେନି।ପୁଣି ନିର୍ବାଚନ ଆସିବାରୁ ଆସି ବଡ ବଡ କଥା କହୁଛନ୍ତି ଦେବଗଡକୁ ଏଯାଏଁ ଟ୍ରେନ ଚାଲିପାରିଲା ନାହିଁ।ଏଲପିଜି ଦର ମାଆମାନଙ୍କ ଆଖିରେ ଲୁହ ଆଣୁଛି।

ସମଲେଇଙ୍କ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ଚକ୍ରାନ୍ତ କରିଥିଲେବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ।ଆପଣମାନେ ଆଶୀର୍ବାଦ କରନ୍ତୁ ଆମ ମୁଖ୍ୟମନ୍ତ୍ରୀ ମା ସମଲେଇଙ୍କ ଆଶୀର୍ବାଦରୁ ଜୁନ ୯ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଆଉ ଦାୟିତ୍ୱ ନେବାର ପ୍ରଥମ ଦିନରେ ୩ଟି ଦସ୍ତଖତ କରିବେ। ବିଜୁଳି ବିଲ୍ ଛାଡ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁମାନେ ସାମିଲ ହୋଇନାହାନ୍ତି ସେମାନଙ୍କୁ ସାମିଲ କରାଯିବ,ମିଶନ ଶକ୍ତି ମହିଳାଙ୍କୁ ଯେଉଁମାନଙ୍କୁ ୬୦ ବର୍ଷରୁ ଅଧିକ ହୋଇଥିବ ସେମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାଯିବ।ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥି ପ୍ରଣବ ପ୍ରକାଶ ଦାସ ମଧ୍ୟ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି।ଏଥିରେ ଦେବଗଡ ବିଧାୟକ ପ୍ରାର୍ଥି ରୋମାଞ୍ଚ ରଞ୍ଜନ ବିଶ୍ବାଳ,କୁଚିଣ୍ଡା ବିଧାୟକ ପ୍ରାର୍ଥି ରାଜେନ୍ଦ୍ର ଛତ୍ରିଆ,ଜିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନ, ବିଜେଡି ଜିଲ୍ଲା ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନ, ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ, ରାଜ୍ୟ ସଂପାଦକ ଉମା ଶଙ୍କର ସାହୁ ମଂଚାସୀନ ଥିଲେ।

Leave A Reply

Your email address will not be published.