ବଜେଟ ଓଡିଶାବାସୀଙ୍କୁ ନିରାଶ କରିଛି: କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗତକାଲି ବିଧାନସଭାରେ ଆଗତ ହୋଇଥିବା ବଜେଟ ଓଡିଶାବାସୀଙ୍କୁ ନିରାଶ କରିଛି। ଲୋକେ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ଦୁସ୍ଥିତିର ଉପଶମ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଆଶା କରାଯାଉଥିଲା ଟୋକନ ପାଇଥିବା ଚାଷୀମାନଙ୍କଠାରୁ ସମସ୍ତ ଧାନ କିଣିବାର ଘୋଷଣା ହେବ ଓ କାଳିଆ ଯୋଜନାର ରାଶି ୪ ହଜାରରୁ ବୃଦ୍ଧିହେବ। କିନ୍ତୁ ତାହା ହୋଇନାହିଁ। ଆଶା କରାଯାଉଥିବା ମହଙ୍ଗା ମାଡ଼କୁ ବିଚାରକୁ ନେଇ ସାମାଜିକ ନିରାପତ୍ତା ଦୃଷ୍ଟିରୁ ରାଜ୍ୟର ପ୍ରାୟ ୫୦ ଲକ୍ଷ ବାର୍ଦ୍ଧକ୍ୟ, ଅକର୍ମଣ୍ୟ ଓ ବିଧବା ଭତ୍ତା ପାଉଥିବା ଅସହାୟ ଲୋକଙ୍କ ପ୍ରତି ନ୍ୟାୟ ପ୍ରଦାନ କରି ଭତ୍ତା ରାଶି ବୃଦ୍ଧି କରାଯିବ।  ତାହା ହେଲା ନାହିଁ।

ତୃତୀୟରେ ଉତ୍କଟ ବେକାରୀ ସମସ୍ୟା ହେତୁ ଖାଳିପଡିଥିବା ସମସ୍ତ ସରକାରୀ ପଦବୀ ପୂରଣ କରାଯିବାର ଘୋଷଣା ହେବ କିନ୍ତୁ ପରିତାପର ବିଷୟ ତାହା ମଧ୍ୟ ହେଲା ନାହିଁ। ସୁତରାଂ ଯେଉଁ ବଜେଟ ଚାଷୀଙ୍କୁ ଉପେକ୍ଷା କରେ, ଯେଉଁ ବଜେଟ ସାମାଜିକ ନିରାପତ୍ତାକୁ ଅଣଦେଖା କରେ ଓ ଯେଉଁ ବଜେଟ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ସଂକଟକୁ ହେୟଜ୍ଞାନ କରେ ସେ ବଜେଟ ଜନସାଧାରଣଙ୍କ ହିତରେ ନୁହେଁ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବଜେଟ ଏକ ଅମଲା ପ୍ରସ୍ତୁତ ବଜେଟ। ଏହାହିଁ ବଡ଼ ବିଡମ୍ବନା।

Leave A Reply

Your email address will not be published.