ଚଳିତ ବର୍ଷ ବି ହେବନାହିଁ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ନୀତି, ସହଯୋଗ କରିନାହାନ୍ତି କପିଳେଶ୍ୱରଙ୍କ ସେବାୟତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ବି ପ୍ରଭୁ ଲିଙ୍ଗରାଜଙ୍କ ହେବନି ହାଣ୍ଡିଭଙ୍ଗା ନୀତି । ଆଜି ମହାପ୍ରଭୁ କପିଳେଶ୍ୱର ଙ୍କ ଯେଉଁ ପାଳିଆ ମଲିଆ ସେବାୟତ ରହିଛନ୍ତି ସେମାନେ ଆଜି ସହଯୋଗ କରିନାହାନ୍ତି । ଏଣୁ କପିଳେଶ୍ୱର ଙ୍କ ନୀତି କାନ୍ତି ଆଜି ବିଭ୍ରାଟ ହୋଇଛି । ଏନେଇ ଆଜି କପିଳେଶ୍ୱର ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ହୋଇଥିଲା ।

ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଏଥିରେ ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁ ଓ ଟ୍ରଷ୍ଟ ବୋର୍ଡର ଅଧକ୍ଷ ତଥା କର୍ମକର୍ତ୍ତାଙ୍କ ସହ ଖୁଣ୍ଟିଆ ସେବାୟତ ଯୋଗ ଦେଇଥିଲେ । ଏହି ବୈଠକରେ ମଲିଆ ସେବାୟତ ଗୋଷ୍ଟି ଯୋଗ ଦେଇନଥିଲେ ।

ପ୍ରଭୁ ଲିଙ୍ଗରାଜ ଙ୍କ କିଛି ନୀତି କପିଳେଶ୍ୱରଙ୍କ ସହ ମିଳିତ ଭାବେ ହୋଇଥାଏ । ଆଜି କଳିପେଶ୍ୱରରେ ନୀତି ବିଭ୍ରାଟ ହେବାଯୋଗୁଁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ନୀତି ବନ୍ଦ ହୋଇଛି । ଏହାକୁ ନେଇ ସଂପୃକ୍ତ ସେବାୟତ ମାନଙ୍କୁ କାରଣଦର୍ଶାଅ ନୋଟିସ ଦିଆଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

Leave A Reply

Your email address will not be published.