କଂଗ୍ରେସ ପକ୍ଷରୁ ପାର୍ଟି କାର୍ଯ୍ଯାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର କଂଗ୍ରେସ ପକ୍ଷରୁ ବଡ଼ବଜାର ସ୍ଥିତ ପାର୍ଟି କାର୍ଯ୍ଯାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ସୂଚନା ଅନୁସାରେ ଜଳେଶ୍ଵର କଂଗ୍ରେସ ପକ୍ଷରୁ ସାଧାରଣ ନିର୍ବାଚନ ପାଇଁ ଦୁଇ ଦୁଇଜଣ ପ୍ରାର୍ଥୀ ଆଶାୟୀ ଥିବା ବେଳେ ଗତକାଲି ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚନ୍ଦ ଙ୍କୁ ଦଳ ଭରସା କରି ପ୍ରାର୍ଥୀ ଘୋଷଣା କରିଛନ୍ତି।

ତେବେ ଏଠାରୁ ଆଶାୟୀ ଥିବା ତଥା ଦଳର ସଂଗଠନ ସହିତ ଦଶବର୍ଷ ଧରି ଜଡ଼ିତ ଥିବା ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଙ୍କୁ ଦଳ ଅଯୋଗ୍ୟ କରିଥିବା ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି। ତେଣୁ ଆଜି ଦିନ ଏଗାରଟା ସମୟରେ କଂଗ୍ରେସ ଅଫିସ ରେ ସାମ୍ବାଦିକ ସମ୍ମିଳନୀ କରି ଦଳର ନେତା ସୁଦର୍ଶନ ଦାସ ରାଜ୍ଯ କଂଗ୍ରେସ ନେତୃତ୍ବ ଙ୍କ ଉପରେ ବର୍ଷିଛନ୍ତି। ଜଳେଶ୍ୱର ରୁ ଭୂଵନେଶ୍ବର ଯାଏ କଂଗ୍ରେସ ଦଳର ବହୁ ନେତୃତ୍ବ ଦଳରେ ରହି ବିଜେଡି – ବିଜେପି ର ଦଳାଲ ସାଜିଛନ୍ତି।

ଆଗାମୀ ଦିନରେ ସେମାନଙ୍କ ବିରୁଦ୍ଧରେ ସ୍ବର ଉଠାଇବା ସହିତ, ନିର୍ବାଚନ ରେ ରାହୁଲ ଗାନ୍ଧୀ ଙ୍କ ବାର୍ତା କୁ ସେ ଘରେ ଘରେ ପହଞ୍ଚାଇବେ ବୋଲି କହିଛନ୍ତି। କଂଗ୍ରେସ ରେ ରହି କଂଗ୍ରେସ ଦଳକୁ ଆବର୍ଜନା ମୁକ୍ତ କରିବାକୁ ସେ ସର୍ବଦା ଚେଷ୍ଟିତ ଥିଲେ ଏବଂ ଆଗାମୀ ଦିନରେ ତାଙ୍କର ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି।

Leave A Reply

Your email address will not be published.