ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାର୍ଦା ପଞ୍ଚାୟତ ରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ। ଯୋଗଦେଲେ ବିଧାୟିକା ପ୍ରାର୍ଥୀ ଙ୍କ ସହ ସାଂସଦ ପ୍ରାର୍ଥୀନୀ।ସୂଚନା ଅନୁସାରେ ତୃଣମୂଳ ସ୍ତରରେ ଦଳୀୟ ନେତୃତ୍ୱ ର ନିରନ୍ତର ବିକାଶ ଧାରାର ସ୍ରୋତରେ ବିଜେଡିର ବିଧାୟିକା ପ୍ରାର୍ଥୀନୀ ସୁବାସିନୀ ଜେନା ଙ୍କ ନେତୃତ୍ୱରେ ଆଜି ବସ୍ତା ବ୍ଲକ ବାହାର୍ଦା ପଞ୍ଚାୟତ ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |

ଏହି କର୍ମୀ ସମ୍ମିଳନୀ ରେ ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତସିଂହାର ଯୋଗ ଦେଇ ଉଭୟ ବିଧାୟକ ଏବଂ ସାଂସଦ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ଉପସଭାପତି ସୁବ୍ରତ ପଣ୍ଡା, ବ୍ଲକ ବିଜେଡ଼ି ସଭାପତି ଅନିଲ ମହାନ୍ତି, ପ୍ରକାଶ ବେହେରାଙ୍କ ସହିତ ବହୁ ନେତୃତ୍ବ ମଣ୍ଡଳୀ ଉପସ୍ଥିତ ରହି ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ।

ତେବେ ଉଭୟ ପ୍ରାର୍ଥୀ ସନ୍ଧ୍ୟା ସମୟରେ ବସ୍ତା ବଜାର ରେ ପହଞ୍ଚି ଦୋକାନୀ ମାନଙ୍କୁ ଦେଖାକରିବା ପରେ ବାହାର୍ଦା ଏବଂ ଇଡଦା ପଞ୍ଚାୟତ ରେ କର୍ମୀ ସମ୍ମିଳନୀ ରେ ଯୋଗ ଦେଇଥିଲେ।

Leave A Reply

Your email address will not be published.