କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଲେପୁର ଗ୍ରସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଲେପୁର ଗ୍ରସ୍ତ । ଆଜି ରାହୁଲ ଗାନ୍ଧୀ କଟକ ଜିଲ୍ଲା ସାଲେପୁର ଗ୍ରସ୍ତ କରି ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମଭୂମି ସତ୍ୟଭାମାପୁର ରେ ମଧୁବାବୁଙ୍କ ପ୍ରତି୍ମୃତିରେ ମାଲ୍ୟାର୍ପଣ କରିବା ସହ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆରଏମସି ପଡ଼ିଆରେ ଆୟୋଜିତ କଂଗ୍ରେସ ସଭାରେ ଯୋଗଦେଇଥିଲେ ।

ଏହି ସଭାରେ ଉପକୂଳ ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର , ଜଗତସିଂପୁର ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ | ରାହୁଲ ଉପକୂଳ ଭୋଟର ଓ କର୍ମୀମାନଙ୍କୁ ଏହି ସଭାରେ ଗୁରୁମନ୍ତ୍ର ଦେଇଥିଲେ କିଭଳି କଂଗ୍ରେସ ଏଥର ନିର୍ବାଚନ ବୈତରଣୀ ପରା ହେବ ସେ ବିଷୟରେ ଆଲୋଚନା କରିଥିଲେ |

ଏହି ସଭାରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର,ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ,ଉପାଦକ୍ଷ ନବଜ୍ୟୋତି ପଟ୍ଟନାୟକ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କେନ୍ଦାପଡା ସାଂସଦ ପାର୍ଥି ସିଦ୍ଧାର୍ଥ ସ୍ୱରୂପ ଦାସ,ମାହାଙ୍ଗା ବିଧାୟକ ପାର୍ଥି ଦେବେନ୍ଦ୍ର ସାହୁ ଏବଂ ସାଲେପୁର ବିଧାୟକ ପାର୍ଥି ୟାକିବ ଖାନ ପ୍ରମୁଖ ଯୋଗଦାନ କରିଥିଲେ |

Leave A Reply

Your email address will not be published.