ବ୍ୟାଙ୍କ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ; ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ କର୍ମଚାରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ଫ୍ରେଜର ହଷ୍ଟେଲ ଛକ ଠାରେ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ବାରିପଦା ଜୋନାଲ ଶାଖାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ତେବେ ବଡ଼ ଧରଣର ଅଘଟଣରୁ ସମସ୍ତ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ବ୍ୟାଙ୍କରେ ଦିନ ପ୍ରାୟ ୧ସମୟରେ କୋଣସି କାରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶିଖା ଯୋଗୁଁ ଅନେକ ଧୂଆଁ ବାହାରକୁ ବାହାରିଥିଲା।

ଅଗ୍ନିକାଣ୍ଡ ଘଟିବା କ୍ଷଣି ବ୍ୟାଙ୍କ କର୍ମଚାରୀ ମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ଅଗ୍ନି ଶିଖାକୁ ଆୟତ୍ତ କରିଥିବା ବେଳେ ବଡ଼ ଧରଣର ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଛନ୍ତି। ଉକ୍ତ ହୋଟେଲକୁ ଲାଗିକି ଅନ୍ୟ ଦୋକାନ ଓ ସୋ ରୁମ ଗୁଡିକ ଥିବା ବେଳେ ରହିଛି। ଯେଉଁ ଥିରେ ଅଗ୍ନି ସଂଯୋଗ ହୋଇଥିଲେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବାର ସମ୍ଭାବନା ରହିଥିଲା। ତେବେ ଅଗ୍ନିକାଣ୍ଡ ବ୍ୟାପିବାରୁ ରୋକି ଯାଇଥିଲା। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବ୍ୟାଙ୍କ ମଧ୍ୟରେ ଥିବା ରୋଷେଇ ଘରର ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବାରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି।

ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇ ନଥିବା ବେଳେ ବ୍ୟାଙ୍କ ମଧ୍ୟରେ ଥିବା ଅନେକ କାଗଜପତ୍ର ଜଳି ଯାଇଥିବାର ନେଇ ସୂଚନା ମିଳିଛି। ତେବେ ବାରିପଦା ପୌରପାଳିକା ଅଞ୍ଚଳରେ ବହୁ ତଳ ପ୍ରାସାଦ କରି ସପିଂ ମଲ,ହୋଟେଲ, ଶିକ୍ଷାନୁଷ୍ଠାନ ମାନ ଗଠି ଉଠିବାରେ ଲାଗିଛି। କିନ୍ତୁ ଏମାନେ ଅଗ୍ନି ନିର୍ବାପକ ନିୟମକୁ ଖୁଲମଖୁଲା ଭାବେ ଅବମାନନା କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଉକ୍ତ ଘଟଣା ମାନଙ୍କରୁ ଦେଖିବାକୁ ମିଳିଛି। ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ବେଳେ ଅଗ୍ନି ନିର୍ବାପକ ପ୍ରମାଣ ପତ୍ର (ଏନଓସି)ର ଆବଶ୍ୟକ ରହିଛି।

Leave A Reply

Your email address will not be published.