କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀଙ୍କ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ରେ ପୂଜାର୍ଚ୍ଚନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀଙ୍କ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ରେ ପୂଜାର୍ଚ୍ଚନା । ଆଜି ଵାସୁଦେଵପୁର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳ ର ବିଧାୟକ ପ୍ରାର୍ଥୀ ଅଶୋକ କୁମାର ଦାସ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଛି।

କଂଗ୍ରେସ ଦଳ ପକ୍ଷରୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ପାଇଁ ଅଶୋକ କୁମାର ଦାସ ଙ୍କ ନାମ ଘୋଷଣା ର କିଛି ଦିନ ପରେ ଆଜି ନିର୍ବାଚନ ପ୍ରଚାର ଆରମ୍ଭ ପୂର୍ବରୁ ପ୍ରସନ୍ନଦେବ ମନ୍ଦିର, ମା ସାତ ଭଉଣୀ ମନ୍ଦିର ରୁ ପୂଜାର୍ଚ୍ଚନା ଆରମ୍ଭ କରି ବିନାୟକ ପୁର ମା ଆଙ୍କୁଡେଶ୍ୱରୀ ପୀଠ ରେ ପହଞ୍ଚି ଥିଲେ। ଆଙ୍କୁଡେଶ୍ୱରୀ ପୀଠ ରେ ପୂଜା ପରେ ଏକ ମଟରସାଇକେଲ ରାଲିରେ ମା ବୁଢୀ ମଙ୍ଗଳା ମନ୍ଦିର ପାଖରେ ପହଞ୍ଚି ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି।

ମଙ୍ଗଳା ମନ୍ଦିର ପୂଜାର୍ଚ୍ଚନା ପରେ ନିଜର ସମର୍ଥକ ମାନଙ୍କୁ ନେଇ ବୁଢୀମନ୍ଦାରୁଣୀ ମନ୍ଦିର କୁ ଯାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଭକ୍ତରଞ୍ଜନ ପଟ୍ଟନାୟକ, ରମେଶ ଵଳ,ବିଜୟ ମହାନ୍ତି, ହରିଶଙ୍କର ପଟ୍ଟନାୟକ, ସୁଶାନ୍ତ ମହାକୁଡ଼, ମଞ୍ଜୁଲତା ପଣ୍ଡା,ଆଦିତ୍ୟ ଗିରି, ରମେଶ ଚଣ୍ଡ,ପ୍ରଭାତ ବାରିକ୍, କାର୍ତ୍ତିକ ଖିଲାର ଏବଂ କଂଗ୍ରେସ ଦଳ ର ବହୁ ସମର୍ଥକ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.