ରଙ୍ଗରାଗ ସାହିତ୍ୟ ପରିଷଦ ପକ୍ଷରୁ ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଙ୍ଗରାଗ ସାହିତ୍ୟ ପରିଷଦ ପକ୍ଷରୁ ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ । ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରଙ୍ଗରାଗ ସାହିତ୍ୟ ସଂସ୍କୃତି ପକ୍ଷରୁ ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମ ଅଧିବେଶନ ରେ ସଭାପତିତ୍ବ କରିଥିଲେ ତ୍ୟାଗ ଭୂମି ର ସଭାପତି ଅଜୟ ନାୟକ, ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ସଂଳାପ ଲେଖକ ଡ. ରଜନୀ ରଞ୍ଜନ ଦାଶ, ଯୋଗ ଦେଇ ରଙ୍ଗରାଗ ର ଆଭିମୁଖ୍ୟ କୁ ପ୍ରଶଂସା କରିବା ସହିତ ସାହିତ୍ୟ ଓ କଳା ସଂସ୍କୃତି ର ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ କବି ଓ ଗାଳ୍ପିକ ଡ. ଅଜୟ ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କବି ଓ ଗାଳ୍ପିକ ସରୋଜ ବଳ,କବି ଲାବନ୍ୟ ନାୟକ,କବି ବିପ୍ଳବ ରଞ୍ଜନ ପତି,ଓ ଵନୋଜ ତ୍ରିପାଠୀ।ଏହି ଅବସରରେ କବିତା ପାଠ କରିଥିଲେ।କବି ମାନସ ରଞ୍ଜନ ପଣ୍ଡା ଓ ପଦ୍ମଜା ଶରଣ କବିତା ଗୁଢିକୁ ସଂଯୋଜନା କରିଥିଲେ। ବାସୁଦେବପୁର ଥାନା ଅଧିକାରୀଣୀ କବି ଲୋପାମୁଦ୍ରା ନାୟକ,କବି ବିଶ୍ବଜିତ ରାଉତ୍, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ବିଚିତ୍ର ନନ୍ଦ ଜେନା, ଶୀତଲ ମିଶ୍ର, କୋମଳ ଲୋଚନ ବେହେରା,ମିଲନ୍ ମିଶ୍ର, ବିଭୂତି ଭୂଷଣ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ।

ଏହି ଅବସରରେ ଡ. ଝରଣା ପଟ୍ଟନାୟକ, ଗାଳ୍ପିକ ଚନ୍ଦ୍ର ମୋହନ ମହାପାତ୍ର,କବି ଚିତ୍ତରଞ୍ଜନ ନାୟକ,କବି ପଦ୍ମଜା ଶରଣ,କବି ରତ୍ନାକର ପଣ୍ଡା,କବି ଲୋପାମୁଦ୍ରା ନାୟକ, ପକ୍ଷୀଘର ସମ୍ପାଦକ ବନୋଜ ତ୍ରିପାଠୀ, ଗାଲ୍ପିକ ବନମାଳୀ ସେନାପତି,ଡ. ବନ୍ଦିତା ମୁଦିଆ ଠାକୁରିଆ,କବି ପତିତପାବନ ପାଢୀ ପ୍ରମୁଖ ଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ରଙ୍ଗରାଗ ସାହିତ୍ୟ ସଂସ୍କୃତି ପରିଷଦ ର ସମ୍ପଦକ କବି ପ୍ରଦିସ୍ତ ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାଇଚଢେଇ ର ସମ୍ପାଦକ କବି ବିକାଶ ସତ ପଥି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.