ଗୋଷ୍ଠୀ ସଂଘର୍ଷରେ ୬ଗୁରୁତର ୩ ଆହତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୋଷ୍ଠୀ ସଂଘର୍ଷରେ ୬ଗୁରୁତର ୩ ଆହତ | ଜମିବାଡି ବିବାଦକୁ କୋନ୍ଦ୍ରକରି ଦୁଇ ପରିବାର ମଧ୍ଯରେ ସଂଘର୍ଷ ୬ଗୁରୁତର ୩ ଆହତ | ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ତରିମୁଳ ଗାଁ ରେ ଘଟିଛି ଏଭଳି ଘଟଣା |

ଗାଁ ର କାଠିଆ ଦାସ ଙ୍କ ପରିବାର ସହ ସୁଦର୍ଶନ ଦାସ ଙ୍କ ପରିବାର ମଧ୍ଯରେ ଏକ ଜମିକୁ କେନ୍ଦ୍ରକରି ଦିର୍ଘଦିନ ହେବ ବିବାଦ ଲାଗି ରହିଥିଲା | ଏପରିକି ବିବାଦ ଥାନା ଫାଣ୍ଡି ଠାରୁ ଆରମ୍ଭ କରି କୋର୍ଟ କଚେରୀ ପର୍ଯ୍ଯନ୍ତ ଯାଇଛି | ବାବାଦକୁ କେନ୍ଦ୍ରକରି ପୂର୍ବରୁ ବହୁବାର ଉଭୟ ପରିବାର ମଧ୍ଯରେ ଗଣ୍ଡଗୋଳ ମଧ୍ଯ ହୋଇଛି | ତେବେ ଆଜି ବିଳମ୍ବିତ ସଂନ୍ଧ୍ଯାରେ ବାଡବୁଜିବାକୁ କେନ୍ଦ୍ରକରି କାଠିଆ ଙ୍କ ପରିବାର ଉପରେ ସଂଘବଦ୍ଧ ହୋଇ ସୁଦର୍ଶନ ଙ୍କ ପରିବାର ର ୨୦ ରୁ ଉର୍ଦ୍ଧ୍ବ ସଦସ୍ଯ ଆକ୍ରମଣ କରିଥିବି ଅଭିଯୋଗ ହୋଇଛି |

କାଠିଆ ଙ୍କ ପରିବାରର ୫ଜଣ ସଦସ୍ଯ ଆହତ ହୋଇଥିବାବେଳେ ୪ଜଣ ଙ୍କ ଅବସ୍ଥା ଗୁରୁତର ରହିଛି |  ଆହତ ଙ୍କ ମଧ୍ଯରେ ୨ଜଣ ମହିଳା ରହିଛନ୍ତି | ସେହିପରି ପ୍ରତିଆକ୍ରମଣରେ ସୁଦର୍ଶନ ଙ୍କ ପରିବାର ର ୩ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ଯରୁ ୨ଜଣ ଗୁରୁତର ରହିଛନ୍ତି | ସମସ୍ତ ଆହତ ଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି | ଖବରପାଇ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

Leave A Reply

Your email address will not be published.