ପୋଖରୀରୁ ଦୁଇଦିନ ଧରି ନିଖୋଜ ଥିବା ମହିଳାଙ୍କ ମୃତ ଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡମନ୍ଦାରୁଣୀ ଗ୍ରାମର ଚନ୍ଦନ ପୋଖରୀ ରୁ ଦୁଇଦିନ ଧରି ନିଖୋଜ ଥିବା ମହିଳା ଙ୍କ ମୃତ ଦେହ ଉଦ୍ଧାର | ବଡ ମନ୍ଦାରୁଣୀ ଗ୍ରାମର ଜାନକୀ ଗୋଚ୍ଛାୟତ ଦୁଇ ଦିନ ପୂର୍ବରୁ ଘରୁ କେଉଂଆଡେ ଚାଲି ଯାଇ ଥିଲେ |

ପରିବାର ଲୋକେ ବହୂ ଖୋଜାଖୋଜି କରିବା ପରେ ମଧ୍ଯ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା | ଆଜି ସକାଳୁ ଚନ୍ଦନ ପୋଖରୀ କୁ କିଛି ଗ୍ରାମବାସୀ ଗୋଧୋଇବା ପାଂଇ ଯାଇଥିବା ବେଳେ ଜାନକୀଙ୍କ ମୃତ ଦେହ ପୋଖରୀ ରେ ଭାସୁଥିବା ର ଦେଖିବାକୁ ପାଇ ପରିବାର ଲୋକେ ଏବଂ କମର୍ଦ୍ଦା ଥାନା କୁ ଖବର ଦେଇ ଥିଲେ |

ଖବର ପାଇ କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭୋଗରାଇ ଅଗ୍ନିଶମ ବିଭାଗ ସହାୟତା ରେ ମହିଳା ଙ୍କ ମୃତ ଦେହ ଉଦ୍ଧାର କରି ଶବ ବ୍ଯବଛେଦ ପାଂଇ ପଠାଇଛି | ତେବେ ପୋଖରୀ କୁ ଗୋଧୋଇବା କୁ ଯାଇ ଥିବା ବେଳେ ମହିଳା ଙ୍କ ଗୋଡ ଖସି ଯାଇ ଥିବା ଅନୁମାନ କରି ଯାଉଛି |

Leave A Reply

Your email address will not be published.