ବିଜେଡି ତରଫରୁ ରୋଡ଼ ସୋ ସହିତ ବାଇକ ରାଲି ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ତାରିଖ ଯେତେ ପାଖଉଛି ଗାଁ ମୁହାଁ ହେଉଛନ୍ତି ନେତା | ଭୋଟରଙ୍କୁ ମୋଡ଼ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି | ପ୍ରଚଣ୍ଡ ଗରମ ଥିବାରୁ ସନ୍ଧ୍ୟା ସମୟରେ ବାଇକ ରାଲି ସହ ରୋଡ ସୋ କରୁଛନ୍ତି |

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ଗତ ରବିବାର ସନ୍ଧ୍ୟା ସମୟରେ ଏକ ରୋଡ଼ ସୋ ସହିତ ବାଇକ ରାଲି ଅନୁଷ୍ଠିତ ହୋଇ ଯାଇଛି |ବାଲେଶ୍ୱର ଲୋକସଭା ପ୍ରାର୍ଥୀନୀ ଲେଖା ଶ୍ରୀ ସାମନ୍ତ ସିଂହାର ଜଳେଶ୍ୱର ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଖୋଲା ଗାଡ଼ିରେ ରୋଡ଼ ସୋ କରିବା ସହ ୩ହଜାରରୁ ଉର୍ଦ୍ଧ ବାଇକ ଚାଲନ୍ତି ଠାରୁ ବାହାରି ଜଳେଶ୍ୱର ସହର ପରିକ୍ରମା କରି ସୁଗ ପଂଚାୟତ କାସିଡିଆ ଚନ୍ଦନ ପଡିଆ ପର୍ଯ୍ୟନ୍ତ ଯାଇ ଥିଲା |

ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ଲୋକସଭା ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନତି ମୂଳକ ଯୋଜନା ବିଷୟରେ ଆଲୋକ ପାତ କରିଥିଲେ  |ବିଶେଷ କରି ୩୩ ଶତକଡା ମହିଳାଙ୍କ ପାଇଁ ସଂରକ୍ଷଣ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ | ଏଥର ଡବଲ ଶଙ୍ଖ ପାଇଁ ନିବେଦନ କରିଥିଲେ |

Leave A Reply

Your email address will not be published.