ରାଜ୍ୟରେ ଏବେ ବିଜେଡି ସେ ବେଟି ବଚା ଓ ନାରା ଚାଲିଛି: ଝରିଗାଁ ବିଧାୟକଙ୍କ ଯୌନ ଶୋଷଣ ମାମଲାକୁ ନେଇ ବର୍ଷିଲା କଂଗ୍ରେସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଝରିଗାଁ ବିଧାୟକଙ୍କ ବିରୋଧରେ ଖଣ୍ଡଗିରି ଥାନା ରେ ହୋଇଥିବା ଯୌନ ଶୋଷଣ ମାମଲା କୁ ନେଇ ବର୍ଷିଲା କଂଗ୍ରେସ ।ରାଜ୍ୟରେ ଏବେ ବିଜେଡି ସେ ବେଟି ବଚା ଓ ନାରା ଚାଲିଛି । ଖଣ୍ଡଗିରି ପୋଲିସ ଷ୍ଟେସନ ରେ ଝରିଗା ବିଧାୟକଙ୍କ ବିରୋଧ ରେ ଏତଲା ଦାୟର ହୋଇଛି । ହେଲେ ମାମଲା ରଖା ଯାଇନି । ଶାସକ ଦଳ ସବୁ ବେଳେ କହୁଛି Law will take its own course । ହେଲେ ବାସ୍ତବ ରେ ଏହା ହେଉ ନାହିଁ । ଓଡିଶା ପୋଲିସ ସିଲେକ୍ଟଟିଭ କେସ ରୁଜୁ କରୁଛି ।

ମଧାବିଲତା ଠାରୁ ମମିତା ଓ ମହଙ୍ଗା ଯାଏ ସବୁଠି ଏଭଳି ସ୍ଥିତି ଦେଖା ଯାଇଛି । କାହିଁକି ଖଣ୍ଡଗିରି ଥାନା ରେ ମାମଲା ରୁଜୁ ହୋଇନି ପୋଲିସ କମିଶନର ଜବାବ ଦେବାର ଆବଶ୍ୟକତା ରହିଛି । ଗୃହ ବିଭାଗ ର ମୁଖିଆ ମୁଖ୍ୟମନ୍ତ୍ରୀ ମଧ୍ୟ ଜବାବ ଦିଅନ୍ତୁ । ଗଣମାଧ୍ୟମ ରେ ପ୍ରସାରିତ ଖବର ଅନୁସାରେ ଏହି ମାମଲା ରେ ବାଙ୍କୀ ବିଧାୟକ ଙ୍କ ବିରୋଧ ରେ ଯେଉଁ ଅଭିଯୋଗ ଆସିଛି ତାହା ସତ ହୋଇଥିଲେ ସାମ୍ବାଦିକ । ବିଜେଡି ନେତା ମନ୍ତ୍ରୀ ଙ୍କ ସୁରକ୍ଷା ପାଇଁ ପାଇଁ ଅଘୋଷିତ ନିର୍ଦେଶ ଅଛି । ଖଣ୍ଡଗିରି ପୋଲିସ ତୁରନ୍ତ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଉ । ନ ହେଲେ କଂଗ୍ରେସ ଆଗକୁ ଆନ୍ଦୋଳନ କୁ ଓଲ୍ହାଇବ ।

Leave A Reply

Your email address will not be published.