ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ, ମନିଟର ମେକାନିଜମ ଆରମ୍ଭ ହୋଇଛି: ଶକ୍ତି ସଚିବ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ। ବାତ୍ୟା ପୂର୍ବ,ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ମଧ୍ୟ କମ୍ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି। ଏବେ ବି ପ୍ରସ୍ତୁତ। ସବୁ ପ୍ରକାର ପଦକ୍ଷେପ ନିଆଯାଉଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ। ଓପିଟିସିଏଲ୍ ଓ ଅନ୍ୟ ଡିଷ୍ଟ୍ରିବ୍ୟୁସନ୍ ସଂସ୍ଥା ପ୍ରସ୍ତୁତ ଅଛନ୍ତି। ମନିଟର ମେକାନିଜମ ଆରମ୍ଭ ହୋଇଛି। ପର୍ଯ୍ୟାପ୍ତ ପରିମାଣର ମ୍ୟାଟେରିଆଲ ଅଛି। କର୍ମଚାରୀଙ୍କୁ ପଠାଇବା ପାଇ ବ୍ୟବସ୍ଥା କରାଯାଇଛି। ଗତ ବାତ୍ୟା ସମୟରେ ୯୯.୫ ପ୍ରତିଶତ ଉପଭୋକ୍ତାଙ୍କୁ ୫ ଦିନ ମଧ୍ୟରେ ବିଜୁଳି ସଂଯୋଗ ଦିଆଯାଇଥିଲା। ଚଳିତ ଥର ଯଦି ସେପରି ସ୍ଥିତି ଆସେ ଅଧିକ ଶୀଘ୍ର କରିବାକୁ ବ୍ୟବସ୍ଥା ହୋଇଛି। ସେ ନେଇ ବିଭାଗ ପ୍ରସ୍ତୁତି ହୋଇଛି। ହସ୍ପିଟାଲକୁ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ୟୁନିଟକୁ କିପରି ଶକ୍ତି ସଂଯୋଗ ନ କଟିବ ସେ ନେଇ ଏବେଠୁ ବ୍ୟବସ୍ଥା କରାଯାଇଛି । ଯଦି ସମସ୍ୟା ଉପୁଜେ ପ୍ରାଥମିକତା ଭିତ୍ତିରେ କିପରି ସେଠାକୁ ସଂଯୋଗ ଦିଆଯିବ ଓ କିପରି ଯଥାଶୀଘ୍ର ସଂଯୋଗ ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.