ଦେଶରେ ଉପରମୁହାଁ କରୋନା: ସ୍ଥିତି ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚିନ୍ତା ବଢାଉଛି କରୋନା । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଦେଶରେ ବଢୁଛି କରୋନା ସଂକ୍ରମଣ । ଏବେ ୧୨ ହଜାର ଉପରେ ଆସୁଛି ଦୈନିକ ସଂକ୍ରମଣ । ଦେଶରେ ସକ୍ରିୟ ମାମଲା ୮୦ ହଜାର ଉପରେ ରହିଛି । ମାର୍ଚ୍ଚ ମାସ ପରଠାରୁ ସକ୍ରିୟ ମାମଲା ସର୍ବାଧିକ ରେକର୍ଡ ହୋଇଛି । ମାର୍ଚ୍ଚ ୧ରେ ଦେଶରେ ସକ୍ରିୟ ମାମଲା ୮୫ ହଜାର ୬୮୦ ରହିଥିଲା । ଏବେ ଏହି ସଂଖ୍ୟା ୮୧ ହଜାର ୬୮୭ରେ ପହଞ୍ଚିଛି ।

ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଜି ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁ୍ଖ ମାଣ୍ଡଭୀୟ ଆଲୋଚନା କରିବେ । ମହାରାଷ୍ଟ୍ର ଓ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଧିରେ ଧିରେ ଅଣାୟତ ସ୍ଥିତିକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।

Leave A Reply

Your email address will not be published.