କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ସୀତାଂଶୁ କୁମାର ରାଉତ ତିନି ଦିନ ତଳେ ରୁକୁଣା ରଥ ନଗଡ଼ିବା ନେଇ ସେବାୟତଙ୍କୁ ଜଣାଇଥିଲେ l ଏକାମ୍ର ଜନ ଜାଗରଣ ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ୱ ରେ କିଛି ସଦସ୍ୟ ମନ୍ଦିର କାର୍ଯ୍ୟାଳୟ ବିକ୍ଷୋଭ କରିଥିଲେ l ଏପଟେ ଚାରି ନିଯୋଗ ସମ୍ପାଦକ ଏବଂ ସୁରେଶ କୁମାର ରାଉତରାୟ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ଭେଟି ଅଳ୍ପ ସେବାୟତ ସାମାଜିକ ଦୂରତ୍ୱ ରଖି ରଥଯାତ୍ରା କରିବାକୁ ଦାବି କରିଥିଲେ l କିନ୍ତୁ କମିଶନର କୌଣସି ଧାର୍ମିକ କାର୍ଯ୍ୟକ୍ରମ ନକରିବାକୁ ମନାକରି ଦେଇଥିଲେ I