ମମତାଙ୍କ ମହାନତା

0

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର 21 ଦିନିଆ ଲକ୍ ଡାଉନ୍ ଘୋଷଣା କରିବା ପରେ ବହୁତ ଦୁଃଖ, କଷ୍ଟରେ ରହୁଛନ୍ତି ଗରିବ ଓ ଖଟିଖିଆ l ନାହିଁ ଅଛି ଧନ ନାହିଁ ଅଛି କାମ l ସରକାରଙ୍କର ନିର୍ଦେଶକୁ କିନ୍ତୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଏମାନେ l ଏହାରି ଭିତରେ ମାନବିକତାର ଦୀପ ଜଳାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହନ୍ତ l ମମତା ନିଜେ ତାଙ୍କ ହାତରେ ରୋଷେଇ କରି ନିଜ ଗ୍ରାମପଞ୍ଚାୟତର ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇଛନ୍ତି l ମମତାଙ୍କର ଏପରି ମହତ କାର୍ଯ୍ୟ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି l

Leave A Reply

Your email address will not be published.