ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଜଣା ଗାଡ଼ି ଧକ୍କାରେ ଗାଈ ଖେଦାଳି ଙ୍କ ମର୍ତ୍ୟୁ, ଦୁଇ ଗୋରୁ ଗୁରୁତ୍ୱର | ଠାକୁରମୁଣ୍ଡା 53 ନମ୍ବର ରାଜ୍ୟ ରାଜପଥ କରଞ୍ଜିଆ ଥାନା ରସମତଳା ପଞ୍ଚାୟତ କୁଡୁମା ନିକଟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଗୋରୁ ଖେଦାଲିଙ୍କ ମୃତ ହୋଇଥିବା ବେଳେ ଦୁଇଟି ଗୋରୁ ଗୁରୁତ୍ୱର ଆହାତ ହୋଇଥିବା ଜଣାପଡିଛି। ନିକଟସ୍ଥ ମଣ୍ଡୁଆ ଗାଁ ଲୋକେ ଆଜି ବଢ଼ି ଭୋର ସକାଳୁ ଏହି ଦୃଶ୍ୟ ଦେଖି କରଞ୍ଜିଆ ଥାନାକୁ ଖବର ଦେଇଥିଲେ।
ଖବର ପାଇ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ନିରଜ କୁମାର ମଲ୍ଲିକ, ସଵ୍ ଇନ୍ସପେକ୍ଟର ଭଗବାନ ମହାରଣା ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଜବତ କରିଵା ସହିତ ଦୁଇ ଗୋରୁଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ପ୍ରାଣୀଧନ ଚିକିତ୍ସାଳୟକୁ ପଠାଇଛନ୍ତି ତେବେ ମୃତକ ଜଣଙ୍କ ବେଆଇନ ଗୋଚାଲାଣକାରୀର ଙ୍କ ଗୋରୁଙ୍କୁ ଖେଦାଳି ଭାବେ ନେଇ ଯାଉଥିଲେ, ତାଙ୍କର ଠିକଣା ଜଣାପଡ଼ି ନାହିଁ। ତେବେ ମୃତ ଶବକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇବା ସହ ଆହାତ ଗୋରୁଙ୍କୁ ପୋଲିସ ପ୍ରାଣୀଧନ ଚିକିତ୍ସାଳୟ କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।
ତେବେ ସୂଚନାଯୋଗ୍ୟ ଯେ ଏହି ରାସ୍ତାରେ ଦୈନିକ ବେଆଇନ ଗୋଚାଲାଣ ହେଉଥିଲେ ମଧ୍ୟ ଏହା ଉପରେ ଲଗାମ ଲଗାଇବା ପାଇଁ ପୋଲିସ ସକ୍ଷମ ହୋଇ ପାରୁନାହିଁ। ଦୈନିକ ଚଲେଇ ଚଲେଇ ଏଵଂ କଣ୍ଟେନର ମଧ୍ୟରେ ମଧ୍ୟ ଗୋଚାଲାଣ ହେଉଥିବା ଅନେକ ସମୟରେ ଦୃଷ୍ଟି ଗୋଚର ହୁଏ। ତେଣୁ ପୋଲିସ ପ୍ରଶାସନ ଏବିଷୟରେ ଅଧିକ ଦୃଷ୍ଟି ଦେଲେ ଏହି ପରି ଅଭାବନୀୟ ଘଟଣା ଘଟିବାକୁ ଏଡ଼ାଇ ଦିଆଯାଇପାରନ୍ତା ବୋଲି ସ୍ଥାନୀୟ ଜନସାଧାରଣ ଆଲୋଚନା ହେଉଛି |