କ୍ରିକେଟ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କ୍ରିକେଟ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ । ବଲ୍‌ ବାଜି ଟଳି ପଡିଲେ କ୍ରିକେଟର୍‌। ଫିଲ୍ଡିଂ କରୁଥିବା ବେଳେ ଅନ୍ୟ ଏକ ମ୍ୟାଚ୍‌ର ବଲ୍‌ ବାଜି ଜଣେ ୫୨ ବର୍ଷୀୟ କ୍ରିକେଟର୍‌ଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇର ମାଟୁଙ୍ଗା ସ୍ଥିତ ଦାଦକର ଖେଳ ପଡିଆରେ ଘଟିଛି ଏଭଳି କିଛି ଘଟଣା।

ସୂଚନାନୁଯାୟୀ ଦାଦର ପାର୍ସିଂ କଲୋନି ସ୍ପୋର୍ଟିଂ କ୍ଲବ ଗ୍ରାଉଣ୍ଡରେ ଏହି ଅଘଟଣ ଘଟିଛି । ଏଠାରେ ଚାଲିଥିଲା ଟି-ଟ୍ୱେଣ୍ଟିର କୁଚ୍ଚି ଭିସା ଅସୱାଲ ବିକାଶ ଲିଜେଣ୍ଡ କପ୍ । ଏହି ଟୁର୍ଣ୍ଣାମେଣ୍ଟ ଖେଳନ୍ତି କେବଳ ୫୦ ବର୍ଷରୁ ଅଧିକ ବୟସର ଲୋକ । ଗ୍ରାଉଣ୍ଡରେ ଦୁଇଟି ମ୍ୟାଚ ଚାଲିଥିଲା । ଜୟେଶ ଗୋଟିଏ ମ୍ୟାଚର ଫିଲଡିଂ କରୁଥିବା ବେଳେ ପାଖରେ ଖେଳାଯାଉଥିବା ଅନ୍ୟ ମ୍ୟାଚର ବଲ୍ ତାଙ୍କ କାନମୁଣ୍ଡାରେ ବାଜିଥିଲା । ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ସେମିତି କିଛି ସନ୍ଦେହଜନକ ତଥ୍ୟ ମିଳିନାହିଁ । ତେଣୁ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ପୋଲିସ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଉଲ୍ଲେଖ କରି ରିପୋର୍ଟ ଫାଇଲ୍‌ କରିଛି । ଶବ ବ୍ୟବଚ୍ଛେଦ କରାଯିବା ପରେ ଏହା ହତ୍ୟାକାଣ୍ଡ ନୁହେଁ ବୋଲି ସ୍ପଷ୍ଟ ହୋଇଛି ।

ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଜଣେ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଫିଲ୍ଡ ଉପରେ ମୁଣ୍ତରେ ବଲ୍‌ ବାଜିବା କାରଣରୁ ଟଳିପଡ଼ିଥିଲେ । ସିଡନୀରେ ଖେଳାଯାଉଥିବା ଏକ ଘରୋଇ ମ୍ୟାଚ୍‌ରେ ଖେଳୁଥିବା ସମୟରେ ଆହତ ହୋଇଥିଲେ ଫିଲିପ୍‌ ହ୍ୟୁଗ୍ସ । ଏହି ଆହତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.