ଆରମ୍ଭ ହୋଇଯାଇଛି ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆରମ୍ଭ ହୋଇଯାଇଛି ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ । ବୁଧବାର ଅର୍ଥାତ୍‌ ଜାନୁୟାରୀ ୧୦ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭାଇବ୍ରେଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀ ୨୦୨୪ କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ବହୁତ ପ୍ରଶଂସା କରିଥିଲେ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

ଏହି କ୍ରମରେ ରିଲାଏନ୍ସ ଇଣ୍ଡ୍ରଷ୍ଟିଜ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ଶିଖର ସମ୍ମିଳନୀରେ ଯୋଗଦେଇ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଯେତେବେଳେ ମୋଦି କିଛି କୁହନ୍ତୁ ସେତେବେଳେ ସାରା ବିଶ୍ବ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଶୁଣି ଥାଆନ୍ତି ବୋଲି ସେ କହିଛନ୍ତି । ମୁକେଶ ଅମ୍ବାନୀ ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସେ ପ୍ରଧାନମନ୍ତ୍ରୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଗୁଜରାଟରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀର ଆୟୋଜିତ ହେଉଛି । ଏହି ସମ୍ମିଳନୀ 2003ରେ ଆରମ୍ଭ ହୋଇଥିଲା । ପ୍ରଥମ ସମ୍ମିଳନୀରେ 700 ପ୍ରତିନିଧି ଅଂଶଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା 1ଲକ୍ଷକୁ ବୃଦ୍ଧି ପାଇଛି । ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଗୁଜରାଟର ବାଇବ୍ରେଣ୍ଟ ସମ୍ମିଳନୀ ଆୟୋଜିତ ହେଉଛି। ଏହି ଶିଖର ସମ୍ମିଳନୀ ୨୦୦୩ ରେ ଆରମ୍ଭ ହୋଇଥିଲା।

ପ୍ରଥମ ଶିଖର ସମ୍ମିଳନୀରେ ୭୦୦ ପ୍ରତିନିଧି ଏହାର ଅଂଶବିଶେଷ ଥିଲେ। କିନ୍ତୁ ବର୍ତ୍ତମାନ ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତିନିଧିଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି । ମୁକେଶ ଅମ୍ବାନୀ କହିଛନ୍ତି, ‘ମୁଁ ଭାରତର’ ପ୍ରବେଶ ଦ୍ଵାର ‘ସହର ମୁମ୍ବାଇରୁ ଆଧୁନିକ ଭାରତର ବିକାଶର ‘ପ୍ରବେଶ ଦ୍ଵାର’ ଗୁଜୁରାଟ୍‌ରୁ ଆସିଛି। ମୁଁ ଗୁଜୁରାଟୀ ହୋଇଥିବାରୁ ଗର୍ବିତ। ଯେତେବେଳେ ବିଦେଶୀମାନେ ନୂଆ ଭାରତ ବିଷୟରେ ଭାବନ୍ତି, ସେମାନେ ମଧ୍ୟ ନୂଆ ଗୁଜୁରାଟ ବିଷୟରେ ଭାବନ୍ତି । ଏହି ପରିବର୍ତ୍ତନ କିପରି ହେଲା? ଏହି ପରିବର୍ତ୍ତନର କାରଣ ହେଉଛି ଜଣେ ନେତା । ଯିଏ ଆମ ସମୟର ସର୍ବଶ୍ରେଷ୍ଠ ଗ୍ଲୋବାଲ ଲିଡର ଭାବରେ ଠିଆ ହୋଇଛନ୍ତି । ଏହି ନେତାଙ୍କ ନାମ ହେଉଛି ପିଏମ ମୋଦି, ଯିଏ ଭାରତ ଇତିହାସରେ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.