ବଟି ନ ଦେବାରୁ ମା-ପୁଅଙ୍କୁ ପନିକିରେ ହାଣିଲେ
ଓଡ଼ିଆ ନ୍ୟୁଜ୍: ବଟି ନ ଦେବାରୁ ମା ପୁଅଙ୍କୁ ପନିକି ରେ ହାଣିଲେ। ଏଭଳି ଘଟଣା ଘଟିଛି ଗଞ୍ଜାମ ଦିଗପହଣ୍ଡିରେ। ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସାନରେଡିକା ସାହିର ରଞ୍ଜନ ପାଢ଼ୀ ଏବଂ ତାଙ୍କ ମା ନର୍ମଦା ପାଢ଼ୀଙ୍କୁ ଏସ.ରାଜୀବ ରେଡ୍ଡୀ ପନିକିରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ଏନେଇ ଏତଲା ହେବାପରେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୦୫/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜୀବ ଗତ କିଛି ଦିନ ହେଲା ନର୍ମଦାଙ୍କୁ ବଟି ମାଗିବା ସହ ଗାଳି ଗୁଲଜ କରି ଆସୁଥିଲେ। ଏନେଇ ରଞ୍ଜନ ପୂର୍ବରୁ ଦୁଇଥର ଥାନାରେ ଅଭିଯୋଗ କରିଥିଲେ।