କ୍ରାଇମ୍ ପାଟ୍ରୋଲ ଅଭିନେତ୍ରୀ ପ୍ରେକ୍‌ସା ମେହଟ୍ଟା ନିଜ ଜୀବନ ନେଲେ, ଛାଡିଗଲେ ଭାବୁକଭରା ସୁଇସାଇଡ୍ ନୋଟ୍‌

0

ସୋନି ଟେଲିଟିଜନରେ ପ୍ରସାରିତ ହେଉଥିବା କ୍ରାଇମ୍ ପାଟ୍ରୋଲ ଧାରାବାହିକରେ ଅଭିନେତ୍ରୀ ଭାବେ କାମ କରୁଥିବା ପ୍ରେକ୍‌ସା ମେହଟ୍ଟା ନିଜ ଜୀବନ ହାରିଛନ୍ତି । ଗତ ସୋମବାର ସେ ତାଙ୍କ ଇନ୍ଦୋର ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମରିବା ପୂର୍ବରୁ ଏହି ଟେଲି ଅଭିନେତ୍ରୀ ଜଣଙ୍କ ଏକ ଭାବୁକଭରା ସୁଇସାଇଡ୍ ନୋଟ୍ ଛାଡି ଯାଇଛନ୍ତି । ଯେଉଁଥିରେ ସେ ଭାଙ୍ଗିପଡ଼ି ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସ କହିଛି ।

ମରିବା ପୁର୍ବରୁ ସେ ସୁଇସାଇଡ୍ ନୋଟ୍ ରେ ଲେଖିଛନ୍ତି ଯେ, ତାଙ୍କର ସମସ୍ତ ସ୍ୱପ୍ନ ଭାଙ୍ଗି ଯିବାରୁ ସେ ଆତ୍ମହତ୍ୟା କରିଛନ୍ତି । ଏହି ୨୫ ବର୍ଷିୟା ଅଭିନେତ୍ରୀ ଘର ସିଲିଙ୍ଗ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି ।

କରୋନା ଭାଇରସ ଯୋଗୁ ଦେଶ ତମାମ ଲକଡାଉନ୍ ଘୋଷଣା ହୋଇଥିଲା । ହେଲେ ଏହା ପୂର୍ବରୁ ସେ ନିଜ ଘର ଇନ୍ଦୋର ଚାଲିଆସିଥିଲେ । ହେଲେ ଆଉ ଫେରିପାରି ନଥିଲେ । ମରିବା ପୂର୍ବରୁ ମଧ୍ୟ ସେ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, ସବୁଠୁ ଖରାପ ସମୟ ଆସେ ଯେବେ ଜଣେ ମଣିଷର ସ୍ୱପ୍ନ ଅଧୁରା ରହିଯାଏ ।

ଲକଡାଉନ୍ ଯୋଗୁ ଅଭିନୟ ଜଗତରୁ ଦୂରେଇ ରହିବା ପରେ ସେ ପରା ଭାଙ୍ଗି ପଡ଼ିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ସୂଚନା ମୁତାବକ, ସେ ସୁଇସାଇଡ୍ ନୋଟରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ‘ମୋର ଭାଙ୍ଗି ଯାଇଥିବା ସ୍ୱପ୍ନ ମୋର ଦୃଢ଼ ମନର ଇଚ୍ଛାକୁ ଭାଙ୍ଗି ଦେଇଛି । ମୁଁ ମୋ ମରିଯାଇଥିବା ସ୍ୱପ୍ନ ସହ ବଞ୍ଚି ପାରିବି ନାହିଁ । ଏଭଳି ନକାରାତ୍ମକତା ଭାବନା ସହ ରହିବା ଭାରି କଷ୍ଟଦାୟକ । ଗତ ଏକ ବର୍ଷ ହେଲା ମୁଁ ବହୁତ ଚେଷ୍ଟା କରିଛି, ହେଲେ ଏବେ ଥକି ପଡ଼ିଛି ।

Leave A Reply

Your email address will not be published.