କେନ୍ଦ୍ରମନ୍ତ୍ରୀଙ୍କ ସଭାସ୍ଥଳରେ ବିଜେପି ଆଶାୟୀଙ୍କ ଭିଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାଗର ପରିକ୍ରମା ପ୍ରକଳ୍ପ ଯୋଜନାର ସଫଳ ରୁପାୟନ ପାଇଁ ବାସୁଦେବପୁର ବ୍ଲକସ୍ଥିତ ଚୂଡାମଣୀ ଠାରେ ସାଧାରଣରଣ ସଭାରେ ଯୋଗଦେଇଛନ୍ତି କେନ୍ଦ୍ର ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା । ସପତ୍ନୀକ ଭାବରେ ଏହି ଅବସରରେ ଆଜି ଚୂଡାମଣୀ ଠାରେ ସଭା ସ୍ଥଳରେ ପହଞ୍ଚିବା ପରେ ମତ୍ସଜିବୀ ପରିବାର ସମେତ ସାଧାରଣ ଜନତାଙ୍କ ସହ ଖୋଲାଖୋଲି ଭାବେ କଥା ହୋଇସାରିବା ପରେ ସଭାରେ ଯୋଗଦେଇଥିଲେ । ଏହି ସଭାରେ ଉପସ୍ଥିତ ମତ୍ସଜିବୀ ପରିବାର ଓ ହୀତାଧିକାରୀମାନଙ୍କୁ ନେଇ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଶ୍ରୀଧର ତରାଇ,ସଞ୍ଜୟ ପୁହାଣ, ରମାକାନ୍ତ ମଳିକ, ଜଗନ୍ନାଥ ଗିରି,ଶଶିକାନ୍ତ ନାୟକ ଓ ଚୂଡାମଣୀ ଟ୍ରଲର ସଂଘର ସାଂପଦକ ଜୟନ୍ତ ମଳିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଚୂଡାମଣୀ ବନ୍ଦର ପ୍ରସଙ୍ଗକୁ ମୁଖ୍ୟଦାବୀ ଭାବରେ ଉପସ୍ଥାପନ କରାଯିବା ସହିତ ଜେଠୀ ନିକଟରେ ବତିଘର,ଗମେଇ ନଦୀର ପୁନଃରୁଦ୍ଧାର,ଅଲିଭରିଡଲେ କଇଁଚ ସୁରକ୍ଷା ଓ ମତ୍ସ ପ୍ରଜନନକୁ ନଜରକୁ ନେଇ ମତ୍ସଜିବୀମାନଙ୍କୁ ସମୁଦ୍ରକୁ ମନା ସମୟରେ ଆର୍ଥୀକ ଅଭାବ ସାଥିକୁ ମତ୍ସପୋତାଶ୍ରୟ ଦାବୀକୁ ଉପସ୍ଥାପନ କରାଯାଇଥିଲା । କିଷାନ କ୍ରେଡିଟ କାର୍ଡ ପ୍ରସଙ୍ଗରେ ସ୍ଥାନୀୟ ବ୍ୟାଙ୍କ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟକଳାପ ସହ ହୀତାଧିକାରୀମାନଙ୍କ ଫର୍ମ ଫୋପାଡିବା ପ୍ରସଙ୍ଗ ସ୍ଥାନ ପାଇଥିଲା ।

ଚୂଡାମଣୀ ବନ୍ଦର, ଗମେଇ ଖନନ, ବତିଘର ମତ୍ସପୋତାଶ୍ରୟ ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରାଯାଇ, ଏହା ଉପରେ ସରକାରଙ୍କ ଦୃଷ୍‌ଟି ଆକର୍ଷଣ କରାଯିବ ବୋଲି ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ଓଡିଶାକୁ ଗୁରୁତ୍ୱ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୁପାୟନ ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଥିବାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିଜର ମତପୋଷଣ କରିଥିଲେ । ସମସ୍ତ ପ୍ରସଙ୍ଗକୁ ଗମ୍ଭୀରତାର ସହକାରେ ଗ୍ରହଣ କରି କିଷାନ କେଡ୍ରିଟ କାର୍ଡ ପ୍ରସଙ୍ଗରେ ବ୍ୟାଙ୍କ ଅଧିକାରୀଙ୍କ ଉପରେ ବର୍ଷିଥିଲେ । ବ୍ୟାଙ୍କ କିଷାନଙ୍କ ଉପରେ ଦୟା କରୁନି ବରଂ ଏହା ସେମାନଙ୍କ ଅଧିକାର ।

ଏହାର ଉଲଂଘନ କରାଗଲେ ବ୍ୟାଙ୍କର ବରିଷ୍ଟ କର୍ମକର୍ତ୍ତାମାନଙ୍କ ଦୃଷ୍ଟିଗୋଚର କରାଯିବ ବୋଲି କହିବା ସହିତ ବ୍ୟାଙ୍କମାନଙ୍କରେ ଏହାର ବ୍ୟତିକ୍ରମ ହେଲେ ହୀତାଧିକାରୀମାନେ ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି କହିଥିଲେ । ସାଂସଦ ଏହି ସମସ୍ତ ପ୍ରସଙ୍ଗରେ ସଂସଦରେ ଉଠାଇଥିବା ପ୍ରକାଶ କରିବା ସହିତ ସ୍ୱାଧିନତା ସଂଗ୍ରାମରେ ଏହି ଅଂଚଳର ଅବଦାନ ଓ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଏହି ସଭାରେ ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସରପଞ୍ଚ ଅଗଣି ଜେନା,ମତ୍ସବିଭାଗ ନିଦର୍ଦେଶକ ମହମ୍ମଦ ସିଦିକ ଆଲାମ,ସଚିବ ଅଭିଳାଷ ଲେଖୀ, ଯୁଗ୍ମ ସଚିବ ନିତୁକୁମାରୀ ପ୍ରସାଦ, ସବିତାବେନ ରୁପାଲା,ଜିଲ୍ଲା ପରିଷଦ ଅଧ୍ୟକ୍ଷ ବଳଭଦ୍ର ଲେଙ୍କା,ଏଆରଏସ ମୁଖ୍ୟ ପରିଚାଳକ ଏଲ ନରସିଂହା ମୁର୍ତ୍ତିପ୍ରମୁଖ ମଞ୍ଚାସୀନ ଥିଲେ ।

ଶେଷରେ ମତ୍ସଜିବୀ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା । ତେବେ କେନ୍ଦ୍ରମନ୍ତ୍ରୀଙ୍କ ବାସୁଦେବପୁର ଗସ୍ଥ ସମୟରେ ବାସୁଦେବପୁର ବିଧାନସଭା କ୍ଷେତ୍ରରୁ ବିଧାୟକ ପ୍ରାର୍ଥୀ ଭାବରେ ଆଶାୟୀଙ୍କ ଭିଡ ବେଶ ବାରିହୋଇ ପଡୁଥିଲା । ସଭାସ୍ଥଳରେ ବିଜେପି ଜିଲ୍ଲା ଉପସଭାପତି ଉଦୟନାରାୟଣ ମଲ୍ଲିକ, ଦୀନବନ୍ଧୁ ପତି, ଅଶୋକକୁମାର ସାହୁ, ମନୋଜ ନାୟକପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.